ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲ୍ଳାପାଳ !

0
206

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସହର ର ଅଶୋକ କଲ୍ୟାଣ ମଣ୍ଡପ, ଉତ୍କଳମଣି ଗୌରବ ମଧୁସୂଦନ ବୈଷୟକ ଶିକ୍ଷନୁଷ୍ଠାନ ଓ କୁମୁତଲପେଟା ଠାରେ ଥିବା ଉଗ୍ରତାରା କଲେଜ ପରିସରରେ ଖୋଲା ଯାଇଥିବା ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପଞ୍ଜୀକରଣ କରି ଟୀକା ନେବା ପାଇଁ ଆସିଥିବା ଲୋକଙ୍କୁ କୋଭିଡ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଭଲଭାବେ ମୁହଁରେ ମାସ୍କ ପିନ୍ଧିବା ସହ ବିଶେଷ କରି ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଉଗ୍ରତାରା କଲେଜ ଠାରେ ଟୀକା ନେବା ପାଇଁ ଲୋକଙ୍କ ଅସଂଖ୍ୟ ଭିଡକୁ ଦେଖି ଲୋକଙ୍କୁ ତାଗିଦ୍ କରିବା ସହ ନିୟମ ଉଂଲଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ଉପସ୍ଥିତ ଲୋକେ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଗସ୍ତ ସମୟରେ ଉପ-ଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକଲ ଅଫିସର ଡାକ୍ତର ପ୍ରଦୀପ୍ତ ସୁବୁଦ୍ଧି, ରାଜେଶ୍ୱର ପଟ୍ଟନାୟକ, ଅର୍ବାନ ହେଲଥ ପ୍ରୋଗାମ୍ ଅଫିସର କିରଣ କୁମାର ପାତ୍ର, ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here