ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ତୋଟାଗୁମୁଡ଼ା ଗ୍ରାମରେ ହେବାକୁ ଯାଉ ଥିବା ଏକ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନ ର ଅଧିକାରୀ ଖବର ପାଇ ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ . କୋଲାବ ଚାଇଲଡ଼ ଲାଇନର କେନ୍ଦ୍ର ସଂଯୋଜକ ନାଗେଶ୍ୱର ଚୌଧୁରୀ ବିବାହକୁ ସ୍ଥଗିତ କରିବା ନିମନ୍ତେ ପଦକ୍ଷେପ ନେଇ ଜିଲ୍ଲା ର ବିଭିନ୍ନ ଅଧିକାରୀ ମାନଙ୍କ ଏକ ଦଳ ଗଠନ କରି ବିବାହ ସ୍ଥଳରେ ପହଞ୍ଚିଥିଲେ ।
ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ସଖି ୱାନଷ୍ଟପ ସେଣ୍ଟର ର କେନ୍ଦ୍ର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ, ଗୁରାଣ୍ଡି ଥାନାର ସବ ଇନ୍ସପେକ୍ଟର ମମତା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟପ୍ରକାଶ ବାଡ଼ତ୍ୟାଆ , ସୁପର ଭାଇଜର ସୁଜତା ଗନ୍ତାୟତ, ସୁରେଶ କୁମାର ଓ ଗ୍ରାମବାସୀ ପ୍ରମୁଖ ଯୋଗଦେଇ ବିବାହକୁ ସ୍ଥଗିତ କରିଥିଲେ .
ଘଟଣା ସ୍ଥଳରେ ପହଞ୍ଚି ବିବାହ ହେବାକୁ ଯାଉଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରି ଝିଅର ବାପା ମାଆ ଙ୍କୁ ବୁଝାସୁଝା କରାଯାଇଥିଲା । ବାଲ୍ୟ ବିବାହର କୁ-ପ୍ରଭାବ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ରାଉଳ ଝିଅକୁ ସମିତି ସମ୍ମୁଖରେ ଆସନ୍ତା 17 ତାରିଖରେ ହାଜର କରିବା ପାଇଁ ଝିଅର ପିତା ମାତାଙ୍କୁ ନିର୍ଦ୍ଦେଶ ଦେଇ ସେମାନଙ୍କ ଠାରୁ ଝିଅର 18 ବର୍ଷ ପୂର୍ତ୍ତୀ ନ ହେବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନେଇଥିଲେ ।