ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଲକ ଡାଉନ ବିଗାଡି ଦେଇଛି ଲୋକଙ୍କ ଜୀବନ ଜୀବିକା । ସୁଦୂର ଉତ୍ତରାଖଣ୍ଡ ରୁ ଆସି ଓଡ଼ିଶାରେ ଜଡ଼ିବୁଟି ବିକୁଥିବା ନିରୀହ ଲୋକ ମାନଙ୍କଠାରୁ ଛାଡେଇ ନେଇଛି ତାଙ୍କ ଜୀବିକା । ଏହି ଅଣଓଡ଼ିଆ ଲୋକମାନେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକ ଡାଉନ ହେତୁ ଫସି ଯାଇଛନ୍ତି ଢେଙ୍କାନାଳର ମହିଷାପାଟ ଠାରେ । ଜଡ଼ିବୁଟି ଔଷଧ ତିଆରି କରି ବିକୁଥିବା ଏହି ଲୋକମାନେ ଏବେ ଦିନକୁ ଦୁଇ ଓଳା ଖାଇବାକୁ ନ ପାଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯାହା ଦି ପଇସା ରୋଜଗାର କରିଥିଲେ ତାହାକୁ ଖର୍ଚ୍ଚ କରି ସାରିଲେଣି । ଏବେ ନିଜେ ଖାଇବା ତ ଦୂରର କଥା, ଛୁଆ ମାନଙ୍କୁ ଦି ମୁଠା ଖାଇବାକୁ ଦେବାରେ ସେମାନେ ଅକ୍ଷମ ହୋଇ ପଡିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ପାଖରେ ସେମାନଙ୍କର ବିନୀତ ନିବେଦନ ରହିଛି କି ଯଦି ସରକାରଙ୍କ ତରଫରୁ ଏହି ଲକ ଡାଉନ ସମୟରେ ଦିନକୁ ଦି ଓଳା ଖାଇବାକୁ ରାସନ ର ସହାୟତା ମିଳିବ, ତେବେ ସେମାନେ ଉପକୃତ ରହିବେ ।