ତୁମୁଡିବନ୍ଧ ମଦ ଦୋକାନ ଲୁଟ ଘଟଣା ପରେ ଏସଡିପିଓ ଙ୍କ ଷ୍ଟ୍ରିଙ୍ଗ ଅପରେସନ : ସୌଖିନ ଓ ପ୍ରେମ ପାଇଁ ହୋଇଥିଲା ଡକାୟତି ଯୋଜନା !

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ଏବଂ ୫୯ନଂ.ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନ ରୁ ୬ଲକ୍ଷ ଟଙ୍କାର ମଦ ଲୁଟିବା ପରେ ପୁଲିସ ଆରମ୍ଭ କରିଥିଲା ଷ୍ଟ୍ରିଙ୍ଗ ଅପରେସନ । ପୁଲିସ ଜାଣି ସାରିଥିଲା କି ଏହି ମଦ ଦୋକାନ ଲୁଟରେ ଯୁବ ଲୁଟେରା ଗ୍ୟାଙ୍ଗ ର ସଦସ୍ୟ ରହିଛନ୍ତି । ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ ଏହି ଅପରେସନର ମଙ୍ଗ ଧରିଥିଲେ l ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମହିଳା ର ସହାୟତା ନେଇଥିଲା ତଦନ୍ତକାରୀ ଟିମ .

ପୁଲିସ ସେମାନଙ୍କୁ ଗିରଫ ପରେ ଡକାୟତି ପଛରେ ସୌଖିନ ମୋବାଇଲ, ଡ୍ରେସ, ଗାଡି ସାଙ୍ଗକୁ ନୂଆନୂଆ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଅଏସ କରିବା ଏମାନଙ୍କ ନିଶା ବୋଲି ଜଣ ପଡିଛି . ତେବେ ଏଥି ପାଇଁ ଦରକାର ହେଉଥିବା ଅର୍ଥ ପାଇଁ ସେମାନେ କରୁଥଲେ ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା ବିଷୟ ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଏହି ଯୁବ ଲୁଟେରା ଗ୍ୟାଙ୍ଗ ରେ କେବଳ ଏହି ୧୦ଜଣ ଯୁବକ ନୁହନ୍ତି ବରଂ ଆହୁରି ଯୁବକ ରହିଥିବା ପୁଲିସ ନିକଟରେ ତଥ୍ୟ ରହିଛି । ସେମାନେ ମୁଖ୍ୟତଃ ତୁମୁଡିବନ୍ଧ, ବାଲିଗୁଡ଼ା, କଳାହାଣ୍ଡି ଓ ରାମପୁର ଥାନା ଅଞ୍ଚଳରେ ଲୁଟ କରୁଥିବା ବେଳେ ବାରମ୍ବାର ସ୍ଥାନ ବଦଳାଉଥିଲେ ଓ ଏକାଧିକ ଝିଅଙ୍କୁ ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇ ଆସୁଥିଲେ ବୋଲି ଶ୍ରୀପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *