ସ୍ମାର୍ଟ ସ୍କୁଲ କାର୍ଯ୍ୟ ର ତଦାରଖ କଲେ ଜିଲ୍ଲାପାଳ

0
175

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଆସି ବାଲିଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟ ର ତଦାରଖ କରିଥିଲେ । କାମ କେମିତି ଚାଲିଛି ଓ ନିର୍ଦ୍ଧାରିତ ଦିନ ମଧ୍ୟରେ ସରିବ କି ନାହିଁ ଆଦି ସବୁ ଉପରେ ପଚାରି ବୁଝିଥିଲେ । ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହି ସବୁକୁ ପରିଦର୍ଶନ କରି ଜିଲ୍ଲାପାଳ ଫେରିଛନ୍ତି । ଜିଲ୍ଲାପାଳଙ୍କ ସମେତ ଉପ-ଜିଲ୍ଲାପାଳ ଡ.ଶୁଭଙ୍କର ମାହାପାତ୍ର , ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତାସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here