ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 43 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି. ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା. ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 8 ଜଣ, ଗୋଶାଣି ବ୍ଳକରେ 8 ଜଣ, ଗୁମ୍ମା ବ୍ଳକରୁ 3 ଜଣ, କାଶୀନଗର ବ୍ଳକରୁ 14ଜଣ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଳକରୁ 8ଜଣ, ରାୟଗଡ଼ ବ୍ଳକରୁ 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲା ପାଳ ସୂଚନା ଦେଇଛନ୍ତି. ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରଖାଯାଇ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା.