ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ ନାୟକ : ମହାମାରୀ କରୋନାର ପ୍ରଥମ ଲହରି ଏବଂ ଦ୍ଵିତୀୟ ଲହରି ରେ ଲୋକଙ୍କୁ ସଚେତନ କରାଇବାରେ ପ୍ରମୁଖ ଭାର ଗ୍ରହଣ କରିଛନ୍ତି ଆଶାକର୍ମି ମାନେ ।କରୋନା ଯୋଦ୍ଧା ଭାବେ ଆଖ୍ୟା ପାଈଥିବା ଉଭୟ ଆର୍ଥିକ ଓ ପଦବୀ ମାନତ୍ୟାରେ ବହୁ ପଛରେ ଆଶାକର୍ମି । କିନ୍ତୁ ଏମାନେ ଗାଁ ଗହଳିର ସ୍ୱଚ୍ଛତା ଏବଂ ସଚେତନତାରେ ବହୁ ବିଧି କାର୍ଯ୍ୟକ୍ରମ କରି ଅଛନ୍ତି ! ବହୁତ ଦୁଃଖ ଭିତରେ ରହିଥିବା ଆଶାକର୍ମିଂକ ଦୁଃଖ କଣ ସତରେ ସରକାର ଙ୍କ କାନରେ ପଡିଛିକି ?? ଏମିତି ଜଣେ ଆଶାକର୍ମି ଯିଏ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଘର ଘର ବୁଲି କରୋନା ସଚେତନତାର ବାର୍ତ୍ତା ପହଞ୍ଚାଇଥାନ୍ତି । ସମାଲୋଚନା ଓ ଗାଳିକୁ ଭୃକ୍ଷେପ ନକରି ନିସ୍ଵାର୍ଥପର ଭାବେ ସେବା ଯୋଗାଉଥିବା ଦୁଲଣାପୁର ଗ୍ରା.ପର ଆଶାକର୍ମୀ ମୀନାକ୍ଷୀ ଦେବୀଙ୍କ ନିରଳସ ଏବଂ ସମୟୋପଯୋଗୀ କାମକୁ ଆମେ କରୁଛୁ ସଲାମ ।