ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକ ନିଲମ୍ବିତ !!!

0
1282

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିଲମ୍ବିତ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପୁର୍ବତନ ତହସିଲଦାର ଶରତ କୁମାର ମଲ୍ଲିକ । ରାଜସ୍ଵ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କର ନିଲମ୍ବନ ଆଦେଶନାମା ଜାରି କରିଛନ୍ତି । ତଥ୍ୟ ଅନୁସାରେ ନୂଆଗାଁ ତହସିଲ ଅଞ୍ଚଳରେ ଗୁପ୍ତା ପାୱାର ଇନଫ୍ରାଷ୍ଟକଚର କୁ ଅନୁକମ୍ପା ଦେଖାଇ ଗତ ଜାନୁଆରୀ ମାସରେ ୯୪ ଏକର ଚାଷଜମିକୁ ଗୋଟିଏ କେସ ରେ ଘରବାଡ଼ି କିସମରେ ପରିବର୍ତ୍ତନ କରିଥିଲେ । ସରକାର ଙ୍କ ୨୦୧୩ ନିୟମ ଅନୁସାରେ ରାଷ୍ଟ୍ର ଉଦ୍ଦେଶ୍ୟ କିମ୍ବା ସମୁହ କାର୍ଯ୍ୟ ଉଦ୍ଦେଶ୍ୟରେ କୈାଣସି ଜମି ର ଆବଶ୍ୟକତା ଥିବା ବେଳେ ଉକ୍ତ ଜମି ର କିସମ ପରିବର୍ତ୍ତନ ହୋଇପାରିବ ନାହିଁ । ଉକ୍ତ ଜମି ଦେଇ ରେଲୱେ ପ୍ରକଳ୍ପ ଯାଉଥିବା ସରକାରୀ ଘୋଷଣା ନାମା ଶେଷ ହୋଇଥିବା ବେଳେ ଚଞ୍ଚକତା କରି ତହସିଲଦାର ମଲ୍ଲିକ ଜମି ର କିସମ ପରିବର୍ତ୍ତନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଙ୍କ ଅଭିଯୋଗ ପରେ ସରକାର ଙ୍କ ପକ୍ଷରୁ ତଦନ୍ତ କରାଯାଇ ପୂର୍ବତନ ତହସିଲଦାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ସହ ନୟାଗଡ଼ ଜିଲ୍ଲା ଛାଡି ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here