କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚକାପାଦ ବ୍ଲକ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ପହଞ୍ଚିବା ପରେ ସତ୍କାର ନିମନ୍ତେ ବ୍ଲକ ବି.ଡି.ଓ , ଟିମ୍ ହ୍ୟୁମାନିଟି କନ୍ଧମାଳ ଟିକାବାଲି ସଦସ୍ୟ ହିରୋ ନାୟକଙ୍କ ସହ ଯୋଗାଯୋଗ କରି ଆଲୋଚନା କରିଥିଲେ । ଖବର ଶୁଣିବା ପରେ ଟିମ୍ ହ୍ୟୁମାନିଟି କନ୍ଧମାଳର କାଠଗୋଲା (ଯାହାକି ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ) ରୁ କାଠ ଯୋଗାଡ଼ କରି ଚକାପାଦ ରେ ପହଞ୍ଚି ଥିଲେ । ଚକାପାଦ ତହସିଲଦାର, ବିଡ଼ିଓ , ଚକାପାଦ ବ୍ଲକ ଏଇ ଏବଂ ବ୍ରାହ୍ମଣପାଦ ମେଡିକାଲ ଅଫିସରଙ୍କ ଉପସ୍ଥିତିରେ ଟିମ୍ ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ର ଏବଂ ମୃତ ବୃଦ୍ଧଙ୍କ ଦୁଇ ପୁତୁରା ଶବ ସତ୍କାର କରିଥିଲେ । ଟିମ୍ ହ୍ୟୁମାନିଟି କନ୍ଧମାଳ ଆଗରୁ ଏଭଳି ଅନେକ ଶବଦାହ କ୍ଷେତ୍ରରେ ନିଜକୁ ସାମିଲ୍ କରି ସାରିଛି ଏବଂ ଆଗକୁ ଏଭଳି କାମ ପାଇଁ ସଦା ସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ବୋଲି ଟିମ ହ୍ୟୁମାନିଟିର ଆବାହକ ଭି. ଲୋକନାଥ ରାଜୁ କହିଛନ୍ତି ।
କରୋନା ଆକ୍ରାନ୍ତ ବୃଦ୍ଧଙ୍କ ଶବ ସତ୍କାର କଲେ ଟିମ ହ୍ୟୁମାନିଟି ର ସଦସ୍ୟ !!!

