ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଦାନଗଦି ରୁ ଚିତ୍ରି ଯିବା ରାସ୍ତା ରେ ଚିତ୍ରି କାଜୁ ବାଡି ବୁଲାଣି ପାଖରେ ଘଟିଛି ସଡକ ଦୁର୍ଘଟଣା . ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକା ହେବା ଫଳରେ ପାଞ୍ଚ ଜଣ ଗୁରୁତର ଆହାତ ହୋଇଛନ୍ତି . ଆହତଙ୍କ ମଧ୍ୟରେ ଜଣେ 6 ବର୍ଷର ଶିଶୁ ଥିବାର ଜଣାଯାଇଛି . ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ଦ୍ଵାରା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠା ଯାଇଛି . ଜଣଙ୍କର ପରିଚୟ ମିଳି ନଥିବା ସମୟରେ , ତାଙ୍କ ଅବସ୍ଥା ସାଂଘାତିକ ହେବ କାରଣରୁ ଯାଜପୁର ଟାଉନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଅଛି ।