ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୁଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ, ନୁଆଗାଁ, ଜାକେଡା ପଞ୍ଚାୟତରେ ଘର କୁ ଘର ବୁଲି ଭତ୍ତା ବଣ୍ଟନ କଲେ ନିର୍ବାଚିତ ପ୍ରତିନିଧି . କୋଭିଡ଼୍ ପରିସ୍ଥିତି ପାଇଁ ନୂଆ ଭତ୍ତା ବିଳମ୍ବ ରେ ଆସିଥିଲେ ମଧ୍ୟ ହିତାଧିକାରୀ ମାନଙ୍କୁ ଦୁଆରେ ଭତ୍ତା ଟଙ୍କା ପ୍ରଦାନ କରାଯିବା ପରେ ସେମାନେ ବେଶ ଖୁସି ପ୍ରକଟ କରିଥିଲେ . ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପରାମର୍ଶ କ୍ରମେ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ନୂଆଗାଁ ପଞ୍ଚlୟତ ସହିତ କିଛି ପଞ୍ଚାୟତ ରେ ସ୍ଥାନୀୟ VLW ,GRS ଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ . ସେହିଭଳି କାପ୍ତାପଲ୍ଲୀ ପଞ୍ଚାୟତରେ ଉପଧକ୍ଷ୍ୟା ପୁଷ୍ପାଞ୍ଜଳୀ ସାହୁ , ସରପଞ୍ଚ, ସମିତି ସଭ୍ୟ , GRS, VLW ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ l ବ୍ଲକ ଅନ୍ତର୍ଗତ ନୁଆଗାଁ , ଗୁମି ପଞ୍ଚାୟତରେ ମଧ୍ୟ ଅଧ୍ୟକ୍ଷ ଏବଂ ଉପାଧ୍ୟାକ୍ଷା ଙ୍କ ଉପସ୍ଥିତିରେ ଅନେକ ହିତାଧିକାରୀଙ୍କୁ ଘର କୁ ଘର ବୁଲି ଭତ୍ତା ପ୍ରଦାନ କରାଯାଇଥିଲା ।