ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଅମାନବୀୟ କାମ !!!

0
188

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଅମାନବୀୟ କାମ . କଟକରେ କରୋନା ମୃତକ ଙ୍କ ଶରୀର ନେଉଥିବା ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାଡ଼ମାରି ଲହୁଲୁହାଣ କଲେ ସୁରକ୍ଷା କର୍ମଚାରୀ !! କରୋନା ମହାମାରୀ ପରିସ୍ଥିତିରେ ଆକ୍ରାନ୍ତଙ୍କ ପରିବାର ସଦସ୍ୟ ନାହିଁ ନଥିବା ଅବସ୍ଥା ଭୋଗୁଥିବା ସମୟରେ ବିଭାଗୀୟ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୃପକ୍ଷ ମଧୁଚନ୍ଦ୍ରିକାରେ ମୃତକଙ୍କ ପରିବାର ହନ୍ତସନ୍ତ ହେଉଛନ୍ତି ।। କଟକ ସାଉଥ ପଏଣ୍ଟ କୋଭିଡ ହସ୍ପିଟାଲର ସୁରକ୍ଷା କର୍ମୀ ଓ କର୍ମଚାରୀ ମିଳିମିଶି କରୋନା ମୃତ ଶରୀର ନେଉଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ମାଡମାରି ରକ୍ତାକ୍ତ କରିଥିବା ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି । ମୃତ ଶରୀର ବାବଦ ଅର୍ଥ ମାଗୁଥିବା ନେଇ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।। ବିଭାଗୀୟ ଅଧିକାରୀ ଓ ବେସରକାରୀ କୋଭିଡ଼ ହସ୍ପିଟାଲ ମାଲିକଙ୍କ ମଧୁ ଚନ୍ଦ୍ରିକାରେ କରୋନା ରୋଗୀଙ୍କ ସମ୍ପର୍କୀୟ ଓ ମୃତକଙ୍କ ପରିବାର ହନ୍ତସନ୍ତ ହେଉଛନ୍ତି ।। ରାଜ୍ୟ ସରକାର କୋଭିଡ ପରିଚାଳନା ନେଇ ସ୍ପଷ୍ଟ ଏବଂ କଡା ନୀତି ଆପଣାଇ ଥିବା ସମୟରେ କେତେକ ମୁଷ୍ଟିମେୟ ମୁନାଫାଖୋର ବ୍ୟକ୍ତି ସବୁ ନିୟମକୁ ଫୁ କରିଛନ୍ତି . ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭିନ୍ନ ମହଲରେ ଦାବି ହେଉଛି .

LEAVE A REPLY

Please enter your comment!
Please enter your name here