ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପ୍ରେସ କ୍ଲବ ତରଫରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଉପାନ୍ତ ଅଞ୍ଚଳରେ କରୋନା ସଚେତନତା ସହ, ସାବୁନ, ମାସ୍କ ବଣ୍ଟା ଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣ ଙ୍କୁ କରୋନା ସଚେତନତା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କୁହା ଯାଉଥିବା ବେଳେ ଗଣିଆର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କିନ୍ତୁ ଏହାର ଚିତ୍ର ଭିନ୍ନ । ନା ଏଠାରେ ପହଞ୍ଚିଛି ମାସ୍କ ନା କୈାଣସି ସରକାରୀ ସୁବିଧା । ଗଣିଆ ପ୍ରେସ କ୍ଲବ ର ସଭାପତି ଦେବି ପ୍ରସାଦ ଦାସ ଙ୍କ ପ୍ରତିନିଧିତ୍ଵ ରେ କ୍ଲବ ର ସଦସ୍ୟ ମାନେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଛାମୁଣ୍ଡିଆ ପଞ୍ଚାୟତ ର ବଡମୁଳ ଏବଂ ଇକୋ ଭିଲେଜ ମୁଦୁଲି ଗାଡିଆ ରେ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଲୋକ ମାନଙ୍କୁ ମାସ୍କ , ସାବୁନ ଆଦି ବଣ୍ଟନ କରିଥିଲେ। ଯେଉଁ ଉପାନ୍ତ ଅଞ୍ଚଳରେ ସରକାରୀ ବାର୍ତ୍ତା କେବଳ କାଗଜ କଲମରେ ପହଞ୍ଚୁଛି ସେହି ଅଞ୍ଚଳ ରେ ସାମ୍ବାଦିକ ମାନେ ପହଞ୍ଚି ଜନସାଧାରଣ ସେବା କରିବା ସହ କରୋନା ସଚେତନତା କରିପାରି ଥିବାରୁ ସାଧାରଣ ରେ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି। ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଘ୍ର ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଗଣିଆ ପ୍ରେସ କ୍ଲବ କୋଷାଧ୍ୟକ୍ଷ ସମୀର କୁମାର ବେହେରା ଗଣମାଧ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବି ରଖିଛନ୍ତି।
ଗଣିଆ ପ୍ରେସ କ୍ଲବ ତରଫରୁ ଉପାନ୍ତ ଅଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ !!!

