କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ମାନଙ୍କର କୋଭିଡ଼ ଟୀକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦୦୦ ହିତାଧିକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଜୁ କଲ୍ୟାଣ ମଣ୍ଡପ ଓ ବିପିଆଇଟି କଲେଜରେ ଏହି ଟୀକାକରଣ କରାଯିବ । ହିତାଧିକାରୀ ମାନେ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଅନଲାଇନ ରେଜିଷ୍ଟ୍ରେସନ୍ କରିବେ । ଏଥି ପାଇଁ ଶନିବାର ସଂଧ୍ୟା ୮ ଟା ରୁ ସ୍ଳଟ୍ ବୁକିଙ୍ଗ୍ ଆରମ୍ଭ ହୋଇଛି । ଏଣୁ ଫୁଲବାଣୀ ସହରାଞ୍ଚଳର ୧୮ ରୁ ୪୪ ବର୍ଷ ବ୍ୟକ୍ତି ମାନେ ଏହାର ନିଶ୍ଚୟ ସୁଯୋଗ ନେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l