ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଅଂଚଳର କଳାପଥର ବଜାର ବହୁ ପୁରାତନ ଐତିହ୍ୟ ସଂପର୍ଣ୍ଣ ବାଣିଜ୍ୟିକ ପେଣ୍ଠସ୍ଥଳୀ ଅଟେ । କିଂତୁ ସରକାରଂକ କୋଭିଡ୍ ନିୟମାବଳୀ ସମୟ ଠାରୁ ବହୁ ସମୟ ବଜାରର ଦୋକାନ ବଜାର ଖୋଲା ରହୁଛି । ଆଗରେ ସଟର..କିଂତୁ ପଛର ଗଳିବାଟ ଦେଇ ଦିନରାତି ଖୁଲୁମ୍ ଖୋଲା ବେପାର ଚାଲିଛି । ପ୍ରତି ଦଶ ମିନିଟିରେ ପାଂଚଟି ବାଲି ହାଇୱା ଗାଡି ଯିବା ଫଳରେ ଲୋକମାନେ ମୂଖ୍ୟରାସ୍ତାରେ ନାହିଁନଥିବା ଯନ୍ତ୍ରଣା ଓ ଦୁର୍ଦଶା ଭୋଗୁଛନ୍ତି । ସଚେତନତାର ଅଭାବ…ନା ଅଛି ଲୋକଂକ ଭିତରେ ସାମାଜିକ ଦୂରତା କି ମୁହଁରେ ତୁଣ୍ତି ।ସତେ ଯେପରି ମାଗଣାରେ କରୋନା ବିକ୍ରି ହେଉଛି । ଯୋଉଠି ହଜାର ହଜାର ଲୋକ ମରୁଛନ୍ତି…ବାପା ଭାଇ ଆର୍ଥିକ ଅବସ୍ଥାରେ ଭାଂଗି ପଡିଛନ୍ତି । ସେପରି ସମୟରେ ଭଉଣୀ ମାନଂକର ନିରାଡଂବର ରଜସାବିତ୍ରୀ ପୂଜା କଲେ ଚଳନ୍ତାନିକି !!! ଗୋଟେ ସୁସ୍ଥ ସକରାତ୍ମକ ଚିନ୍ତାଧାରା ଯଦି ସମସ୍ତଂକ ମନରେ ପ୍ରବେଶ କରନ୍ତା ପରୋକ୍ଷରେ ବଜାର ଘାଟ ଜନଗହଳି ମୁକ୍ତ ହୋଇପାରିବ ବୋଲି ଆଶା ଓ ବିଶ୍ୱାସ । ପୂଜା , ପାର୍ବଣ , ରଜ ଭାର , ସାବିତ୍ରୀ ବ୍ରତ , ଆନନ୍ଦ ଉଲ୍ଲାସ ହେଉ ମନା ନାହିଁ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱାସ୍ଥ୍ୟ . ଜନ ଗହଳିକୁ ଯାଇ କରୋନା କୁ ଆମନ୍ତ୍ରଣ କରନ୍ତୁ ନାହିଁ !! ସତର୍କ ସଚେତନ ହୁଅନ୍ତୁ , ସୁସ୍ଥ ରୁହନ୍ତୁ !!!
ରଜ ସାବିତ୍ରୀ ଭାରରେ କରୋନାକୁ ଆମନ୍ତ୍ରଣ ….

