ଦଶପଲ୍ଲା ବିଧାୟକ ଙ୍କ ଦୁଇ ବର୍ଷ ର ରିପୋର୍ଟ କାର୍ଡ !!!!

0
685

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଗତ ମେ ମାସ 29 ତାରିଖ ରେ ନବିନ ସରକାର ଙ୍କ ପଞ୍ଚମ ପାଳି ର ଙ୍କ 2ବର୍ଷ ପୁରଣ ହୋଇଛି l ବର୍ତମାନ ସମୟରେ ସାରା ବିଶ୍ଵ ଏବଂ ଦେଶ କରୋନା ରେ ସଂକ୍ରମିତ ହେଉଥିବା ବେଳେ ଓଡ଼ିଶା ବି ମହlମାରି ପ୍ରକୋପରେ ପ୍ରଭାବିତ । ନୟାଗଡ଼ ଜିଲ୍ଲା ଏପରିକି ଦଶପଲ୍ଲ। ନିର୍ବାଚନ ମଣ୍ଡଳୀ ମଧ୍ୟ କରୋନା ର ତାଡନା ରୁ ବାଦ୍ ପଡିନି । ଏହିଭଳି ସ୍ଥିତି ରେ ଦଶପଲ୍ଲ। ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ବେହେରା ନିର୍ବାଚନ ମଣ୍ଡଳୀ ପାଇଁ କେତେ ବିକାଶ କରିଛନ୍ତି ତାକୁ ନେଇ ଆମର ଦୁଇ ବର୍ଷ ର ରିପୋର୍ଟ କାର୍ଡ ।

ଦଶପଲ୍ଲ। ବିଧାୟକ ରମେଶ ଚନ୍ଦ୍ର ବେହେରା 2019 ରେ ପ୍ରଥମ ଥର ବିଜେଡି ଟିକେଟ୍ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ବେହେରା ରାଜନୀତି କୁ ଆସିବା ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିଭାଗ ରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । 2019 ରେ ଚାକିରୀ ଛାଡ଼ି ବିଜେଡି ଟିକେଟ୍ ରେ ଲଢ଼ି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ଟିକେଟ୍ ରେ ଲଢ଼ୁଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ 40,000 ରୁ ଅଧିକ ଭୋଟ୍ ରେ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ବେହେରା ଦିଲ୍ଲୀ ର ଜବାହରଲାଲ୍ ନେହେରୁ ୟୁନିଭରସିଟି (J N U) ରେ ଶିକ୍ଷା ଲାଭ କରିଥିବ। ବେଳେ ପିଲାଟି ବେଳରୁ ଲୋକସେବା ମନୋଭାବ ରହିଥିଲା । ପ୍ରଥମ କରି ବିଧାୟକ ହୋଇଥିଲେ ମଧ୍ୟ ଶ୍ରୀ ବେହେରା ପୁରୁଖା ଭଳି ଲାଗନ୍ତି ।

ଅଧିକଂଶ ସମୟରେ ଲୋକମାନଙ୍କ ସହ ବିତାନ୍ତି । ସିଧା ସଳଖ ସଧାରଣ ଜନତା ଙ୍କ ସହ ଯୋଡ଼ି ହୁଅନ୍ତି । ସୁଖରେ ଦୁଖ ରେ ଖାଲି ଫୋନ୍ ରେ କଥା ହୁଅନ୍ତି ସେୟ। ନୁହେ ସିଧା ଲୋକଙ୍କ ପାଖରେ ପହଞ୍ଚିଯ।ନ୍ତି । ଲୋକଙ୍କ ସମସ୍ୟା ବୁଝି ସିଧା ସଳଖ ସମାଧ।ନ କରିବାକୁ ଚେଷ୍ଟା କରନ୍ତି । ଦୁଇ ବର୍ଷ ଭିତରେ କିଛି ଆଖି ଦୃଷ୍ଟିଆ କାମ କରି ଦେଖାଇଛନ୍ତି ବିଧାୟକ ବେହେରା . ପ୍ରଥମ ଥର ବିଧାୟକ ପାଣ୍ଠି ରୁ ଚଢେୟାପଲ୍ଲୀ ରେ ମୋବାଇଲ୍ ଟାୱାର ନିର୍ମାଣ ଯାହା ଓଡ଼ିଶାରେ ପ୍ରଥମ କୁହନ୍ତି । ଦଶପଲ୍ଲା NAC ପାର୍କ ନିର୍ମାଣ, 24 କୋଟି ଟଙ୍କl ବ୍ୟୟ ରେ 3 ଗୋଟି ବ୍ରିଜ, ଦଶପଲ୍ଲ। ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜ ରେ ଲାଇବ୍ରେରୀ ନିର୍ମାଣ, ତିନୋଟି ଯାକ ବ୍ଳକ୍ – ଦଶପଲ୍ଲ।, ଗଣିଆ, ନୁଆଗାଁ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କୁ ମଞ୍ଜୁରି, 19 କୋଟି ବ୍ୟୟ ରେ ନୁଆଗାଁ ଠାରୁ ଡିମିରିପଲ୍ଲୀ ଦେଇ ବାହାଡ଼।ଝୋଲା କୁ ରାସ୍ତା ନିର୍ମାଣ, କପ୍ତାପଲ୍ଲୀ ଠାରୁ ସିଂଗାରପଲ୍ଲୀ କୁ ରାସ୍ତା କାମ ଜାରି ରହିଛି , ଯାହା ସିଧାସଳଖ ନୟାଗଡ ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲା କୁ ସଂଯୋଗ କରୁଛି । ଡେଙ୍ଗାଵ।ରି, ଭଣ୍ଡ।ରିବ।ରି ରତାଦେଈ ଭଳି ପର୍ଯ୍ୟଟନ ସ୍ଥଳୀ କୁ ଲୋକଲୋଚନକୁ ଆଣିବା ପାଇଁ ଦୁର୍ଗମ ଅଞ୍ଚଳକୁ ରାସ୍ତା, ନୁଆଗାଁ – ମହିପୁର ସ୍ଵାସ୍ଥ୍ୟକେନ୍ଦ୍ର ର ଡାକ୍ତର ସମସ୍ୟାର ସମାଧାନ , ଆମ୍ବୁଲାନସ ସେବା ର କିପରି ଅଧିକ ସୁଲଭ ହେବ ସେ ଦିଗରେ ପ୍ରଚେଷ୍ଟା ଇତ୍ୟାଦି ବିକାଶ ମୂଳକ କାର୍ଯ୍ୟକୁ ଧ୍ୟାନ ଦେଇଛନ୍ତି ।

ଶ୍ରୀ ବେହେରା କୁହନ୍ତି ଶିକ୍ଷା, ସ୍ୱାସ୍ଥ୍ୟ , ପାନୀୟ ଜଳ , ଗମନା ଗମନ ,ମୋବାଇଲ୍ ଟାୱାର ନିର୍ମାଣ ପାଇଁ ଆଗାମୀ ଦିନରେ ଅଧିକ ଧ୍ୟାନ ଦିଆଯିବ l ବିଧାୟକ ଙ୍କ ଏଭଳି କାର୍ଯ୍ୟ କୁ ସଧାରଣ ଜନତା ପ୍ରଶଂଶା କରିଛନ୍ତି ।। ମୋଟ ଭାବରେ କହିବାକୁ ଗଲେ , ଦଳୀୟ ପ୍ରତିନିଧି ହୋଇ ନିର୍ବାଚନ ଲଢ଼ି ଜିତିଥିଲେ ସୁଦ୍ଧା ଏବେ ସେ ହୋଇ ପାରିଛନ୍ତି ଲୋକ ପ୍ରତିନିଧି .


LEAVE A REPLY

Please enter your comment!
Please enter your name here