ରାସ୍ତା ଓ ଡ୍ରେନେଜ କାମ ପରିଦର୍ଶନ କଲେ ପାରଳା ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାସ୍ତା ଓ ଡ୍ରେନେଜ କାମ ପରିଦର୍ଶନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ . ପାରଳାଖେମୁଣ୍ଡି ସହରର ପୋଲିସ ଥାନା ସମ୍ମୁଖରେ ଚାଲି ଥିବା ଡ୍ରେନେଜ କାମ କୁ ପରିଦର୍ଶନ କରି କାମର ତଦାରଖ କଲେ ପାରଳା ବିଧାୟକ କେ. ନାରାୟଣ ରାଓ . ପୂର୍ତ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ଏହି କାମ କୁ ତୁରନ୍ତ ପରିସମାପ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ପରିଦର୍ଶନ ସମୟରେ ଜନ ସ୍ଵାସ୍ଥ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏସ.ଡି. ଓ ପ୍ରମୁଖ ଉପସ୍ଥିତ ଥିଲେ ।

ବିଧାୟକ ଙ୍କ ପରିଦର୍ଶନ ବେଳେ ବିଜେପିର ଉପ ସଭାପତି ଜଗନ୍ନାଥ ପ୍ରସାଦ ମହାପାତ୍ର, ବିଜେପି ଜିଲ୍ଲାସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ପ୍ରକାଶ ଥାଉ କି କିଛି ଦିନ ତଳେ ସାମାନ୍ୟ ବର୍ଷା ହେବା ଫଳରେ ଡ୍ରେନେଜର ସୁବ୍ୟବସ୍ଥା ନ ଥିବାରୁ ରାସ୍ତାରେ ଅପରିଷ୍କାର ଜଳ ସହ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳି ଥିଲା ଯାହା ଫଳରେ ଜନ ସାଧାରଣ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ କୁ ଦାୟୀ କରିବା ସହ ଅସନ୍ତୋଷ ପ୍ରକାଶପାଇ ଥିଲା । ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ କିଛି ଦିନ ହେଲା ଡ୍ରେନେଜ କାମ ଫାୟାର ଷ୍ଟେସନ ଠାରୁ ଆରମ୍ଭ ହୋଇଅଛି ।

Leave a Reply

Your email address will not be published. Required fields are marked *