ସାରା ଭାରତ ବର୍ଷ ରେ ବିଜେପି କରିବ ସ୍ବଦେଶୀ ସଂକଳ୍ପ ଅଭିଯାନ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଜେପି କରିବ ସ୍ବଦେଶୀ ସଂକଳ୍ପ ଅଭିଯାନ l ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ମାସ ପଚିଶ ତାରିଖ ରୁ ଡିସେମ୍ବର ପଚିଶ ଯାଏଁ ସ୍ବଦେଶୀ ସଙ୍କଳ୍ପ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଭାରତୀୟ ଜନତା ପାର୍ଟି ଯୋଜନା କରିଥିବା ବେଳେ ଏହାକୁ ନେଇ କୋରାପୁଟ ବିଧାୟକ ରଘୁରାମ ମାଛ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ ! ଜିଲ୍ଲା ସଭାପତି ଶିବ ମୁଦୁଲି , ମଣ୍ଡଳ ସଭାପତି ଓ ସାଂସଦ ପ୍ରାର୍ଥୀ ଙ୍କ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ l ବିଧାୟକ ଙ୍କ କହିବା ପ୍ରକାରେ ସ୍ବଦେଶୀ ବସ୍ତ୍ର ଠୁ ଆରମ୍ଭ କରି ଖାଦ୍ୟପେୟ ସବୁ କ୍ଷେତ୍ରରେ ରେ ସ୍ବଦେଶୀ ହେବା ଉଚିତ ସେଥିପାଇଁ ଘରେ ଘରେ ସଚେତନତାର ବାର୍ତା ପହଂଚାଇବା ଏହି ସାମ୍ବାଦିକ ସମ୍ମିଳନୀ ର ଲକ୍ଷ୍ୟ l କେବଳ ସେତିକି ନୁହଁ ବେକାରୀ କୁ ନିପାତ କରିବା , ସ୍ୱାବଲମ୍ବିଶୀଳ ହେବା କ୍ଷେତ୍ରରେ ସବୁ ବର୍ଗ କୁ ସାମିଲ କରିବା ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ l ଅନ୍ୟପଟେ ଦେଖିଲେ ଏହି ସଂକଳ୍ପ ଅଭିଯାନ କୁ ଗ୍ରାମଞ୍ଚଳ ଠୁ ଧରି ଜିଲ୍ଲା ର କୋଣ ଅନୁକୋଣ ରେ ସଚେତନl ର ବାର୍ତା ପହଂଚିବା ହେଉଛି ଏହି ସାମ୍ବାଦିକ ସମ୍ମିଳନୀ ର ଲକ୍ଷ୍ୟ l

 

Leave a Reply

Your email address will not be published. Required fields are marked *