ଗୋଚର ଜମି ଜବରଦଖଲକୁ ନେଇ ନାବାଳକକୁ ହତ୍ୟା !

Spread the love

ମୟୁରଭଞ୍ଜ (ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ: ମୟୁରଭଞ୍ଜରେ ଅଭାବନୀୟ ଘଟଣା ! ଗୋଚର ଜମି ଜବରଦଖଲ କୁ ନେଇ ନାବାଳକକୁ ହତ୍ୟା ! ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗ୍ରାମରେ ଥିବା ଏକ ଗୋଚର ଜାଗାରେ ରଘୁନାଥ ମହାନ୍ତ ନାମକ ବ୍ୟକ୍ତି ଗୃହ ନିର୍ମାଣ କରି ଦୀର୍ଘ 10 ବର୍ଷ ଧରି ରହି ଆସୁଛନ୍ତି !ତେବେ ସେହି ଗ୍ରାମର କମଳଲୋଚନ ମହାନ୍ତ, ରଘୁନାଥ ମହାନ୍ତଙ୍କ ବାଡ଼ ଉଠାଇ ଜାଗା ଜବର ଦଖଲ ପାଇଁ ଉଦ୍ୟମ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ହୋଇଥିଲା ! ତେବେ ଗତସନ୍ଧ୍ୟା ରେ ରଘୁନାଥ ମହାନ୍ତ ଘରେ ନଥିବା ବେଳେ ନିଶାଶକ୍ତ ଅବସ୍ଥାରେ କମଲ ଲୋଚନ ମହାନ୍ତ, ଯତୀନ୍ଦ୍ର ମହାନ୍ତ, ପ୍ରଭାକର ମହାନ୍ତ ପହଞ୍ଚି ତାଙ୍କ ନାତି ହରେକୃଷ୍ଣ ମହାନ୍ତଙ୍କୁ ଧମକ ଦେଇଥିଲେ ! ଏହାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ ବଚସା ବଢ଼ିଥିଲା ! ଉଭୟଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ହେବା ପରେ 3 ଜଣ ଉକ୍ତ ନାବାଳକ କୁ ମାରପିଟ କରିବାରୁ ସେ ଘର ଛାଡି ଦୌଡ଼ି ପଳେଇବା କୁ ଚେଷ୍ଟା କରିଥିଲେ ! କିନ୍ତୁ ତାକୁ 3ଜଣ ଗୋଡେଇ ଗୋଡେଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ! ପରେ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଗୁରୁତର ହରେକୃଷ୍ଣକୁ କିଷାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ଖବର ପାଇଁ ମୋରଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ 2 ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି !

Leave a Reply

Your email address will not be published. Required fields are marked *