ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉନ୍ନତମାନର ଚିଙ୍ଗୁଡ଼ି ଚାଷ କରି ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଭଦ୍ରକ ବାସିନ୍ଦା ରାଜେଶ ପରିଡା . ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଚିଙ୍ଗୁଡ଼ି ଚାଷରେ ଉପକୃତ ହେଉଛନ୍ତି ବହୁ ଚାଷୀ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ଚାଷୀ ରାଜେଶ ପରିଡା ନିଜସ୍ୱ ଚେଷ୍ଟା ଏବଂ ସ୍ୱତନ୍ତ୍ର କୌଶଳରେ 50 ରୁ ଉର୍ଦ୍ଧ୍ୱ ପୋଖରୀ କରି ବୈଜ୍ଞାନିକ ପଦ୍ଧତିରେ ଚିଙ୍ଗୁଡ଼ି ଚାଷ କରି ଲକ୍ଷ ଲକ୍ଷ ଟଙ୍କା କମାଇବା ସହିତ ଅନେକ ବ୍ୟକ୍ତିଙ୍କୁ କର୍ମ ନିୟୋଜନ ଯୋଗାଇ ପାରିଛନ୍ତି . ବିସ୍ତୃତ ଅଂଚଳରେ କରାଯାଇଥିବା ଏହି ଚିଙ୍ଗୁଡ଼ି ଚାଷରେ ବହୁ ପରିବାର ସଦସ୍ୟ କାମରେ ନିୟୋଜିତ ହୋଇଛନ୍ତି . ଯୁବ ବୟସରେ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଆହୁରି ଅନେକଙ୍କୁ ରୋଜଗାର ଯୋଗାଇ ରାଜେଶ ପରିଡା ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।
ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ସଫଳ ଚିଙ୍ଗୁଡ଼ି ଚାଷୀ ରାଜେଶ ପରିଡା

