ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଚିକିତ୍ସାରେ ସହାୟତା ପାଇଁ କୋଭିଡ ଆକ୍ରାନ୍ତଙ୍କ ପରିବାର ଲୋକେ କଲେ ନିବେଦନ . ନୟାଗଡ ଜିଲ୍ଲା ଲେଙ୍କୁଡ଼ିପଡା ଗ୍ରାମ ର ଅମୁଲ୍ୟ ପରିଡ଼ା କୋଭିଡ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ ! ନିଜେ ଅମୁଲ୍ୟ ସର୍ବଦା ଅଭାବୀ ଲୋକମାନଙ୍କ ପାଇଁ ସାହାଯ୍ୟ ହାତ ବଢ଼ାଇ ଆସିଥିବା ସମୟରେ ବାରମ୍ବାର ରକ୍ତଦାନ କରି ଅନେକଙ୍କୁ ସାହାଯ୍ୟ କରିଛନ୍ତି . ସର୍ବଦା ହସୁଥିବା ଏବଂ ସାହାଯ୍ୟ କରୁଥିବା ବ୍ୟକ୍ତି ଲୋକମାନ ଙ୍କୁ ରକ୍ତ ଦାନ କରି ନୂଆ ଜୀବନ ଦେଉଥିବା ଅମୁଲ୍ୟ ଆଜି ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ! ସେ 2016 ରେ ବିବାହ କରିଥିଲେ ଏବଂ କମ୍ପ୍ୟୁଟର ହାର୍ଡୱେୟାର କାମ କରି ଅଳ୍ପ ଆୟ ମାଧ୍ୟମରେ ତାଙ୍କ ପରିବାର କୁ ଚଳାଉଥିଲେ | କୋଭିଡ ଆକ୍ରାନ୍ତ ହୋଇ କଳିଙ୍ଗ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଏକ ECMO ଶଯ୍ୟା ଦରକାର ଯାହାକି କୋଲକାତା କିମ୍ବା ହାଇଦ୍ରାବାଦରେ ଉପଲବ୍ଧ . ପୁନଶ୍ଚ ECMO ଶଯ୍ୟା ଯାହା ପାଇଁ ତୁରନ୍ତ ୧କୋଟି ରୁ ଅଧିକ ଟଙ୍କାର ଆବଶ୍ୟକ ବୋଲି ତାଙ୍କ ପତ୍ନୀ ମଧୁସ୍ମିତା ଲେଙ୍କା ଗଣମାଧ୍ୟମ ଆଗରେ ଜଣାଇଛନ୍ତି | ଅମୁଲ୍ୟ ଙ୍କ ପତ୍ନୀ ଏତେ ଗୁଡ଼ାଏ ଅର୍ଥ ଖର୍ଚ୍ଚ କରିବାକୁ ଅସମର୍ଥ ହୋଇଥିବାରୁ ଓଡ଼ିଶା ର ସବୁ ଭାଇ ଓ ଭଉଣୀ ଏବଂ ସରକାର ଙ୍କୁ ମଧ୍ୟ ଆର୍ଥିକ ସହାୟତା ପାଇଁ ଗଣମାଧ୍ୟମ ଆଗରେ ହାତଯୋଡି ନିବେଦନ କରିଛନ୍ତି !