କମୁଛି ସଂକ୍ରମିତଙ୍କ ସଂଖ୍ୟା : ନୂଆ 38 ପଜିଟିଭ ଚିହ୍ନଟ !!!

0
221

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 38 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 10 ଜଣ, ଗୋଶାଣି ବ୍ଳକରେ 3 ଜଣ, କାଶୀ ନଗର ବ୍ଳକରୁ 4ଜଣ, ନୂଆଗଡ଼ ବ୍ଳକରୁ 13 ଜଣ, ଆର.ଉଦୟ ଗିରି ବ୍ଳକରୁ 2 ଜଣ, ରାୟଗଡ଼ ବ୍ଳକରୁ 4ଜଣ, ଗଜପତିରୁ 2 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାଯାଇଛି . ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରଖାଯାଇ ଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ବିଗତ ଦିନ ଅପେକ୍ଷା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ଥିବାରୁ ଜିଲ୍ଲାବାସୀ ସାମାନ୍ୟ ଆଶ୍ଵସ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here