ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ତାଲାବନ୍ଦ କଟକଣା ଲାଗୁ କରିଥିବା ସମୟରେ , 17 ତାରିଖ ପରେ କଣ ଗାଇଡ଼ ଲାଇନ ଆସିବା ତାହା ଉପରେ ଏବେ ସଭିଙ୍କ ନଜର . ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ କମିଛି . ତେବେ ଏବେ ସୁଦ୍ଧା ଅନେକ ଜିଲ୍ଲାରେ ସ୍ଥିତି ଗମ୍ଭୀର . ଏପରି ସ୍ଥିତିରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ନୂଆ ଗାଇଡ଼ ଲାଇନ . ତେବେ ଏହା ସଂପୂର୍ଣ୍ଣ ଗୁଜବ ଏବଂ ସେଥିରେ ବିଶ୍ୱାସ ନ କରିବାକୁ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି . ରାଜ୍ୟ ସରକାରଙ୍କ ତରଫରୁ 17 ତାରିଖ ପର ସ୍ଥିତି ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ କିମ୍ବା କିଛି ଗାଇଡ଼ ଲାଇନ ଜାରି କରାଯାଇନାହିଁ ବୋଲି ଟ୍ୱିଟ ରେ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା .