ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କୋଭିଡ କଟକଣା ମଧ୍ୟରେ ସମାପନ ହୋଇଛି ବାଙ୍କୀ ଅଞ୍ଚଳର ଜଣାଶୁଣା ଶୈବପୀଠ ଗୋପାଳପୁର ପଞ୍ଚାୟତ ରେ ଅବସ୍ଥିତ ପାଟପୁର ଗ୍ରାମର ବାବା ସିହଂନାଥ ଦେବ ଙ୍କର ଶୀତଳ ଷଷ୍ଠୀ ଯାତ୍ରା । ରୀତିନୀତି ଅନୁଯାୟୀ ସମୟ ନିର୍ଘଣ୍ଟ ହୋଇ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ନିୟୋଜିତ ପୂଜକ ପଣ୍ଡିତ ଯୋଗିନାଥ ଶତପଥୀ ମୂଖ୍ୟ ପୁରୋଧା ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର କମିଟି ର ସଭାପତି ଦେବରାଜ ରଣା ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମାପନ କରିଥିଲେ , ଅନ୍ୟ ମାନଙ୍କ ମଧ୍ୟରେ, ଅପର୍ତ୍ତୀ ରଣା, କଂଗ୍ରେସ ରଣା, ପ୍ରସନ୍ନ କୁମାର ରଣା, ବିଜୟ କୁମାର ରଣାଙ୍କ ସମେତ ବହୁ ବରିଷ୍ଠ ସେବାୟତ ଓ ପାଳିଆ ପୂଜାରୀ ଉପସ୍ଥିତ ଥିଲେ । ତେବେ ଚଳିତ ବର୍ଷ କରୋନା କଟକଣା କୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ କାର୍ଯ୍ୟ ସମ୍ପାଦନ ହୋଇଥିଲା ।