ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ !

Spread the love

ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧ ଙ୍କୁ ଚିକିତ୍ସା ସୁବିଧା ମିଳିଲା

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ରେ।ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଘଟଣା ରୁ ପ୍ରକାଶ ଯେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ଗ୍ରାମ ପାଖେ ଥିବା ଏକ ବ୍ରିଜ଼ ନିକଟରେ ଏକ ଅଜଣା ବୃଦ୍ଧ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଚାଲିଯାଇଥିଲା l

ଫଳରେ ବୃଦ୍ଧଜଣକ ରକ୍ତାକ୍ତ ଅବସ୍ଥା ରେ ରାସ୍ତାକଡ଼ରେ ପଡିରହିଥିବା ବେଳେ ଏନେଇସ୍ଥାନୀୟ ବ୍ୟକ୍ତି ମାନେ ପୁଲିସ କୁ ସୂଚନା ଦେବା ପରେ ଘଟଣା ସ୍ଥଳ ରେ ୧୦୮ ଆମ୍ବୁଲାନ୍ସ ଓ ପୁଲିସ ପହଂଚି ଦୁର୍ଘଟଣାଗସ୍ତ ବ୍ୟକ୍ତି କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଛାଡ଼ି ଚାଲିଯାଇଥିଲେ। ଏତିକି ରେ ପୁଲିସ ତା କାମ ସାରି ଦେଇଥିବା ବେଳେ ଅଜଣା ବ୍ୟକ୍ତି ହୋଇଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ରର କୌଣସି ଡ଼ାକ୍ତର କିମ୍ବା କର୍ମଚାରୀ ଚିକିତ୍ସା କରିନଥିଲେ।ମେଡିକାଲ ଅଚିହ୍ନା ବୃଦ୍ଧ ଚିକିତ୍ସା ନ ପାଇ ଛଟପଟ ହେଉଥିବା ସାମ୍ବାଦିକ ସଂଘ ସଭାପତି ପବିତ୍ର ଦିଗାଲ ସୂଚନା ପାଇବା ପରେ ପ୍ରବୀଣ ପଟ୍ଟନାୟକ, ପ୍ରଳୟ ରାୟ ନାୟକ, ସାମୁଏଲ୍ ନାୟକ, ଧର୍ମ ପଦ ନାୟକ ଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ପହଁଚି ହସ୍ତକ୍ଷେପ ପରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ମାନେ ଚିକିତ୍ସା ଯୋଗାଇ ଦେଇଥିଲେ। କିନ୍ତୁ କିଛି ସମୟ ପରେ ବୃଦ୍ଧ ଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିବାରୁ ବୃଦ୍ଧ ଙ୍କ ସମ୍ପର୍କୀୟ କିଏ ନଥିବା ରୁ ବୃଦ୍ଧ ଙ୍କୁ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା । ବୃଦ୍ଧ ଙ୍କ ପରିଚୟ ପାଇଁ ସ୍ଥାନୀୟ ସାମ୍ବାଦିକ ମାନେ ସୋସିଆଲ ମିଡିଆରେ ଫଟୋ ଭାଏରଲ ପରେ ବୃଦ୍ଧ ଜଣକଙ୍କ ଘର ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *