ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ପିତୃ ଦିବସ ପାଳନ ।

0
210

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିତା ଆକାଶ ଠାରୁ ବଡ଼, ହୃଦୟ ତାଙ୍କର ସାଗରଠୁ ବିଶାଳ, ମନ ତାଙ୍କ କଇଁ ଠାରୁ କୋମଳ , ନଈ ଠୁଁ ଧୀର ତାଙ୍କରି ତ୍ୟାଗ ସହଯୋଗ, କର୍ତ୍ତବ୍ୟ ବଳରେ ପରିବାର ର ଉନ୍ନତି ପ୍ରଗତି ବିକାଶ । ଘରେ ଶାନ୍ତ ସିଂହ ରୂପୀ ବାପାର ଭୂମିକା ଅନସ୍ବୀକାର୍ଯ୍ୟ । ଏହା ଥିଲା ଆନ୍ତର୍ଜାତୀୟ ପିତୃ ଦିବସରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମନ୍ତବ୍ୟ ।
ଆଜିର ଆଲୋଚନା ଓ କବିତା ଆସରରେ ଉଦଘଟିକା ଭାବେ ଭାବଚନ୍ଦ୍ରିକା ଦେବୀ (ଜୟପୁର), ମୁଖ୍ୟ ଅତିଥି ଗୀତାଞ୍ଜଳି ଜେନା (ସିମିଳିଗୁଡ଼ା) , ମୁଖ୍ୟବକ୍ତା ଭାଗବତ ପାଢ଼ୀ ,ସ୍ୱତନ୍ତ୍ର ଅତିଥି ବିନୋଦ ଚନ୍ଦ୍ର ଜେନା, ସମ୍ପାଦିକା ତନୁଜା ଶତପଥୀ, ସଭାନେତ୍ରୀ ଡି. ପ୍ରିୟଙ୍କା ଯୋଗଦାନ କରି ଆଜି ଦିନର ତାତ୍ୱର୍ଯ୍ୟ ଆଲୋଚନା କରିଥିଲେ । କୁନି କଣ୍ଠ ଶିଳ୍ପୀ ହର୍ଷିତା ପଟ୍ଟନାୟକ ବାପାଙ୍କ ଉପରେ ଏକ ସୁମଧୁର ସଙ୍ଗୀତ ଗାନ ପରେ ମହାମାରୀ କୋଭିଡ଼ରେ ଦିବଙ୍ଗତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ମମତା ପାଢ଼ୀ ଉଦଯାପନୀ ସଙ୍ଗୀତ ଗାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। । ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ।ଏଥିରେ ୫୦ରୁ ଉର୍ଦ୍ଧ୍ୱ ଆଲୋଚକ କବି ଯୋଗଦାନ କରିଥିଲେ । ଏହି ଭରଚୁଆଲ ସମାବେଶରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ କୋରାପୁଟ, ଭୁବନେଶ୍ୱର, ଜୟପୁର, ହାଇଦ୍ରାବାଦ, କଟକ, ସିମିଳିଗୁଡ଼ା, ମୟୁରଭଞ୍ଜ ପ୍ରଭୃତି ଜିଲ୍ଲା ମାନଙ୍କରୁ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯକ୍ରମ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here