ଢେଙ୍କାନାଳ ଡାକ୍ତରଖାନାର ବେଡ଼ ସଂଖ୍ୟା 176 ରୁ 300 କୁ ବୃଦ୍ଧି !!

0
169

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟ ସରକାର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୭୬ ରୁ ୩୦୦ କୁ ବୃଦ୍ଧି ନିମନ୍ତେ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ବାସୀ ବିଶେଷ ଭାବେ ଉପକୃତ ହେବେ । ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି ନିମନ୍ତେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଅନୁମୋଦନ ମିଳିବ ପରେ , ମାନ୍ୟବର ମୁଖ୍ୟମନ୍ତ୍ରୀ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ , ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , 5 T ସଚିବଙ୍କୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ତରଫରୁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here