ଘଟଣାକୁ ନିନ୍ଦା କଲେ ଅଖିଳ ଭାରତୀୟ ସନ୍ଥ ସମିତି ର ନୟାଗଡ଼ ଜିଲ୍ଲା ଅଧ୍ୟକ୍ଷ
ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜଗନ୍ନାଥ ପ୍ରସାଦ ସାଧୁ ଶ୍ରୀ ଗୋବିନ୍ଦ ଚରଣ ଦାସ ଙ୍କୁ ନରସିଂହ ପୁର ପୋଲିସ ଏଏସଆଇ ଙ୍କ ଦୁର୍ବ୍ୟବହାର କୁ ନିନ୍ଦା କଲେ ଅଖିଳ ଭାରତୀୟ ସନ୍ଥ ସମିତି ର ନୟାଗଡ଼ ଜିଲ୍ଲା ଅଧ୍ୟକ୍ଷ ମହନ୍ତ ଶ୍ରୀ ପୂର୍ଣ୍ଣାନନ୍ଦ ଦାସ । ସମ୍ପୃକ୍ତ ପୋଲିସ ଅଧିକାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସ କମିଶନର ଓଡିଶା, ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ରାଜ୍ୟପାଳ ଓଡିଶା ଙ୍କୁ ଦାବିପତ୍ର ଦିଆ ଯାଇଥିବା ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ସନ୍ଥ ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।