କଳାପଥର ଟୀକାକରଣ କେନ୍ଦ୍ରରେ ଚାଲିଛି ପ୍ରୀୟପ୍ରିତୀ ତୋଷଣ ନୀତି : କେନ୍ଦ୍ରରେ ଉତ୍ତେଜନା ।

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ଧାଡ଼ିରେ ଅପେକ୍ଷା କରିଛନ୍ତି ଶହ ଶହ ଲୋକ । ହେଲେ ପଛ ବାଟ ଦେଇ କେନ୍ଦ୍ର ମଧ୍ୟକୁ ଯାଉଛନ୍ତି ଟୀକାକରଣ ରେ ନିୟୋଜିତ କର୍ମଚାରୀଙ୍କ ଚିହ୍ନା ଲୋକ । ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଆଞ୍ଚଳିକ ଚିକିତ୍ସାକେନ୍ଦ୍ର ପରିସରରେ ଚାଲିଥିବା କୋଭିଡ ଟିକାକରଣ କେନ୍ଦ୍ରରେ ଏପରି ପ୍ରିୟାପ୍ରୀତୀ ତୋଷଣ ନୀତିକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା . ସୂଚନା ଅନୁସାରେ କେନ୍ଦ୍ରରେ ପ୍ରାୟ ସମସ୍ତ ବର୍ଗର ଲୋକେ କୋଭିଡ ଟିକା ନେବା ପାଇଁ ଧାଡିରେ ଅପେକ୍ଷା କରିଥିଲେ . ତେବେ ଟିକାକରଣ ଦାୟିତ୍ୱରେ ଥିବା ଜନୈକ କର୍ମଚାରୀଙ୍କ ସମ୍ପର୍କୀୟ ଓ ତାଙ୍କର ପତ୍ନୀ ପଛ ପଟ ବାଟ ଦେଇ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାରୁ ସ୍ଥାନୀୟ ଖଜୁରୀପଦା ଗ୍ରାମର ଅମୁଲ୍ୟ ପାଣିଗ୍ରାହୀ ନାମକ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ . ବାହାରେ ବହୁ ଲୋକ ଧାଡିରେ ଥାଇ ମଧ୍ୟ ପଛରେ ଆସିଥିବା ଲୋକଙ୍କୁ କାହିଁକି ଆଗଭୀତରକୁ ଛଡ଼ାଗଲା ବୋଲି ସମ୍ପୃକ୍ତ ବ୍ୟକ୍ତି ପ୍ରଶ୍ନ କରିବାରୁ କର୍ମଚାରୀ ଜଣକ ତାଙ୍କୁ ଖରାପ ବ୍ୟବହାର ଦେଖାଇବା ସହିତ ବିତଣ୍ଡା ଯୁକ୍ତି କରିଥିଲେ ବୋଲି ଅମୂଲ୍ୟ ଅଭିଯୋଗ କରିଛନ୍ତି .

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ଟୀକାଦାନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ସମୟରେ ଟୀକାକରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ମନମୁଖୀ କାରବାର ସିଧାସଳଖ ଗାଇଡଲାଇନ ର ଉଲ୍ଲଘଂନ ବୋଲି ମତ ପ୍ରକାଶ ପାଇଛି . ଘଟଣା ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ବାଙ୍କୀ ଉପଖଣ୍ଡ ଚିକିତ୍ସାଧିକାରୀ ଏବଂ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାର ସୂଚନା ମିଳିଛି . ତେବେ ଟୀକାଦାନ କେନ୍ଦ୍ରକୁ ଆଇନ ଭଙ୍ଗ କରି କେହି ପ୍ରବେଶ କରିଥିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *