ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ ରେ ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କର ଏକ ସଂଗଠନ ଆତ୍ମ ପ୍ରକାଶ କରିଛି . ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ୟୁନିୟନ ନାମରେ ଗଠିତ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ ହୋଇଯାଇଛି . ନୂଆଗାଁ ନିକଟସ୍ଥ ବାହାଡାଝୋଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ . ନୟାଗଡ ଜିଲ୍ଲା ସଂଗଠନର ସଭାପତି ଅନୱର ଅଲ୍ଲୀ , ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥତିରେ ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ୟୁନିୟନ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା .
ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଥିବା ନେଇ ମତ ପ୍ରକାଶ କରିଥିଲେ ନୟାଗଡ ଜିଲ୍ଲା ସଂଗଠନର ସଭାପତି ଅନୱର ଅଲ୍ଲୀ . ନୂଆଗାଁ ବ୍ଲକ ରେ ବିଭିନ୍ନ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧି ମାନେ ଶୃଙ୍ଖଳିତ ଭାବରେ ନିଜର କାମ କରିବା ସହିତ ବ୍ଲକ ଓ ଜିଲ୍ଲା ସଙ୍ଗଠନକୁ ଆଗେଇ ନେବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ନୟାଗଡ ଜିଲ୍ଲା ସମ୍ପାଦକ କିଶୋର ମହାପାତ୍ର . ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରଦୀପ୍ତ କୁମାର ସାହୁ ଉପଦେଷ୍ଟା , ସଞ୍ଜୀଵ କୁମାର ଡ଼ାକୁଆ ସଭାପତି , ଚିନ୍ମୟ କୁମାର ପ୍ରଧାନ ଉପ ସଭାପତି , ସୁଶାନ୍ତ କୁମାର ପଢିଆଳି ସମ୍ପାଦକ , ରଞ୍ଜନ କୁମାର ନାୟକ ସହ-ସମ୍ପାଦକ , ରବିନ୍ଦ୍ର କୁମାର ସାହୁ କୋଷାଧ୍ୟକ୍ଷ ଏବଂ ପରିଚାଳନା କମିଟିର ସଭ୍ୟ ଭାବରେ ନିରଞ୍ଜନ ସାହୁ , ପ୍ରଦୀପ କୁମାର ଜାନି , ମନୋଜ କୁମାର ସାହୁ , ସୁବ୍ରତ କୁମାର ପରିଡ଼ା ଙ୍କୁ ମନୋନୟନ କରାଯାଇଥିଲା . ସାମ୍ବାଦିକ ମାନଙ୍କର ସମ୍ମାନ , ସୁରକ୍ଷା ଏବଂ ଅଧିକାର ପାଇଁ ସଂଗଠନ ଲଢେଇ ଜାରି ରଖିବା ବୋଲି ନବ ନିର୍ବାଚିତ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି . ଏପରି ପଦକ୍ଷେପକୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ସ୍ୱାଗତ କରିବା ସହିତ ସକାରାତ୍ମକ ଏବଂ ଗଠନମୂଳକ ପ୍ରସ୍ତାବନା ଥିବା ଖବର ପରିବେଷଣ କରିବା ପାଇଁ ସମସ୍ତ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଛନ୍ତି .