ଅଭିଯୋଗ ପରେ ରାତି ଅଧିଆ ଲାଗିଲା ସୂଚନା ଫଳକ !!!

0
550

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଂଚାୟତ ଅଧିନସ୍ଥ ଘୋଡ଼ାବର ଗ୍ରାମରେ ଗାଧୁଆ ତୁଠ କାର୍ଯ୍ୟ ଚାଲିଥିଲା । ଅଭିଯାଗ ପରେ ବିଭାଗୀୟ ଅଧିକାରୀ ରାତି ଅଧିଆ ଲଗାଇଲେ ସୂଚନା ଫଳକ। ଖବର ମୁତବକ ଘୋଡ଼ାବର ଗ୍ରାମରେ ମନରେଗା ଯୋଜନାରେ ଆସିଥିବା କାର୍ଯ୍ୟକୁ ଗ୍ରାମ ସାଥି ବ୍ରହ୍ମ।ନନ୍ଦ ସାହୁ କାର୍ଯ୍ୟ କରୁଥିଲେ। ଦୀର୍ଘ ୨୦ ଦିନ ଧରି କାର୍ଯ୍ୟ ଚାଲିଥିବା ବେଳେ ବିନା ସୂଚନା ଫଳକ ରେ କାର୍ଯ୍ୟ ହେଉଥିବାରୁ କେଉଁ ଯୋଜନା ଏବଂ କି କାର୍ଯ୍ୟ କରାଯାଉଛି ବୋଲି ତାହା ଜଣା ପଡୁ ନଥିବାରୁ ଗ୍ରାମର କିଛି ବ୍ୟକ୍ତି ଙ୍କ ମନରେ ସନ୍ଧେହ ପ୍ରକଟ ହୋଇଥିଲା। ଅନ୍ୟପଟେ କାର୍ଯ୍ୟ ସ୍ଥଳକୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ବିଭାଗୀୟ ଅଧିକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ କେହିବି ଜଣେ ଆସି କିଭଳି କାର୍ଯ୍ୟ ଚାଲିଛି ତାହା ତଦାରଖ କରୁନଥିବା ଅଭିଯୋଗ ହୋଇଛି  । କଟକ ଜିଲ୍ଲା ବାଙ୍କୀ ବ୍ଲକ ସାନ୍ତରାପୁର ପଂଚାୟତ ସ୍ଥିତ ଘୋଡ଼ାବର ଗ୍ରାମରେ ହେଉଥିବା ଏହି ନିର୍ମାଣ କାର୍ଯ୍ୟକୁ କୌଣସି ବ୍ଲକ ଅଧିକାରୀ କିମ୍ବା ଯନ୍ତ୍ରୀ ନ ଆସିଥିବାରୁ ଠିକାଦାର ଗାଁ ସାଥି ଜଣକ ମନଇଚ୍ଛା କାମ କରୁଥିବାର ଅଭିଯୋଗ ହେଉଛି ।ପୁରୁଣା ତୁଠର ମରାମତି ପାଇଁ ମନରେଗା ଯୋଜନାରେ କାମ କରାଯାଉଥିବା ଗାଁ ସାଥି ବ୍ରହ୍ମାନନ୍ଦ ସାହୁ କହିଛନ୍ତି । ଅନ୍ୟପଟେ କରୋନା ପ୍ରଭାବରେ ଗରିବ ଲୋକମାନେ କାମ ଧନ୍ଦା ନ ପାଇ ଘରେ ବସିରହିଥିବା ବେଳେ ଗାଁ ସାଥି ତାଙ୍କର କିଛି ବ୍ୟକ୍ତି ଗତ ଲୋକଙ୍କୁ ନେଇ କାମ କରୁଥିବାରୁ ଗ୍ରାମରେ ଥିବା ଗରିବ ଓ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ କାମ ପାଉ ନଥିବା ଅଭିଯୋଗ ହୋଇଛି । ସେହି ସ୍ଥାନରେ ପୂର୍ବରୁ ୨ ଟି ଗାଧୁଆ ତୁଠ ଥିବା ବେଳେ ଗୋଟିଏ ନୂଆ ତୁଠ କରି ପୁରୁଣା ତୁଠ ର ସିମେଣ୍ଟ ପ୍ଲାସ୍ତର କରି ନୂତନ ଗାଧୁଆ ତୁଠର ବିଲ କରିବା ପାଇଁ ଗାଁ ସାଥି ଓ କନିଷ୍ଠ ଯନ୍ତ୍ରୀ ମସୁଧା ଚଳାଇଥିବା ଗ୍ରାମର ଲୋକମାନେ ଜାଣିବା ପରେ ଅଭିଯୋଗ ହୋଇଥିଲା । ବିନା ସୂଚନା ଫଳକରେ କିପରି  ଓ କାହା ନିର୍ଦ୍ଦେଶରେ ଗାଁ ସାଥି କାମ କରୁଥିବା ପଚାରି ଖବର ସଂଗ୍ରହ କରିବା ପରେ ରାତି ଅଧିଆ ଗାଁ ସାଥି ଓ ବିଭାଗୀୟ ଅଧିକାରୀ ମିଶି ଫଳକ ମାରି ଦେଇଥିବା ଜଣାପଡିଛି ।ଏଣୁ ଏହି ନିର୍ମାଣ କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here