ଆନ୍ତଃଗ୍ରାମ କ୍ରୀଡା ପରିଷଦର ୧୬ ତମ ବାର୍ଷିକ ଉତ୍ସବ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଖେଳପଡିଆ ରେ ଆନ୍ତଃଗ୍ରାମ କ୍ରୀଡା ପରିଷଦର ୧୬ ତମ ବାର୍ଷିକ କ୍ରୀଡା ପ୍ରତଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଶା ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଅବଦୁଲ୍ ଇମତିଆଦ ଖାଁ ଓ ସମୀକ୍ଷା ମଲ୍ଲିକଙ୍କୁ ମଧ୍ୟ ପୁରସ୍କାର କରାଯାଇଥିଲା । ସେହିପରି ପୁରୁଷ ବିଭାଗରେ ଦିପୁ ହାଲଦାର୍ ଓ ମହିଳା ବିଭାଗରେ ସିପ୍ରା ପ୍ରିୟଦର୍ଶିନୀ ଭୂୟାଁଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବା ସହ କ୍ରୀଡା ପରିଷଦର ସଦସ୍ୟ ଥିବା ଇଂ.(ଡ଼ା) ନାରାୟଣ ସାହୁ ତାଙ୍କ ପରିବାର ତରଫରୁ ନିର୍ମିତ ସ୍ଵର୍ଗତ ନାରାୟଣ ସ୍ମୃତି ମଣ୍ଡପକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ା. ଦୀପିକା ସାହୁ, ଡ଼ା. ନିହାର ରଞ୍ଜନ ସାହୁ, ଡ଼ା. ଦୀପଙ୍କର ସାହୁ, ଡ଼ା. ଜଗନ୍ନାଥ ସାହୁ, ଡା. ଦୀପ୍ତି ଶିକ୍ଷା ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମଣ ସାହୁ , ରବୀନ୍ଦ୍ର ଭୋଇ, ସମୀର ଖୁଣ୍ଟିଆ, ବିଜୟ ରାଉତ, ପତିତପାବନ ନାଥ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *