ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରଶାସନ ଯାହା କରି ନ ପାରିଲା , ତାହାକୁ ଗ୍ରାମବାସୀ ଏକାଠି ହୋଇ କରି ଦେଖାଇଲେ | ବାଙ୍କୀ ଡମପଡା ବ୍ଲକର ସର୍ବବୃହତ ପଂଚାୟତ ତାଳବସ୍ତ ଗ୍ରାମର ବଡ଼ସାହିସ୍ଥ ମହାଜନ ପୋଖରୀ ବହୁ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା ! ଯେଉଁଥିରେ ଚାରି ପାଞ୍ଚ ସାହିର ଲୋକ ସ୍ନାନ କରୁଥିବା ସହିତ ଗାଁ ଲୋକ ଚାଷ କାମରେ ପୋଖରୀ ପାଣିକୁ ବ୍ୟବହାର କରନ୍ତି | ଆଜି କର୍ପୁର ଉଡିଯାଇଛି କିନ୍ତୁ କନା ପଡି ରହିଛି | ଡମପଡା ଗଡ଼ଜାତ ଅଂଚଳର ବଡ଼ ଧନୀ ସାହୁକାର କହିଲେ ତାଳବସ୍ତ ଗ୍ରାମର ମହାଜନ ପରିବାରକୁ ବୁଝାଇଥାଏ | ଲୋକଙ୍କ ସେବା ପାଇଁ ସେମାନଙ୍କ ଦାୟାଦ ମାନେ ପୋଖରୀ ଏବଂ ମନ୍ଦିର ମାନ ତିଆରି କରି ଯାଇଛନ୍ତି | ବିଲ ମାଳ ଘଞ୍ଚ ଜଙ୍ଗଲ ଭିତରେ ଏବେ ବାଉତି ମା ଙ୍କ ମନ୍ଦିର ଦଣ୍ଡାୟମାନ | ବହୁ ଅନୁରୋଧ ପରେ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ତାଳବସ୍ତ ରଜ ମହୋତ୍ସବ କମିଟିର ଯୁବ କଳାକାର ସଦସ୍ୟ ମାନେ ଏକଠି ହୋଇ ଉକ୍ତ ମହାଜନ ପୋଖରୀ ସଫା ସହ ପୋଖରୀର ଚତୁଃପାର୍ଶ୍ୱ ସଫାସୁତୁରା କରି ବୃକ୍ଷରୋପଣ କରିଥିଲେ | ଶ୍ରୀରାମ କମିଟିର ଆବାହକ ଯୁବ ସମାଜ ସେବୀ ବିଶ୍ୱରଞ୍ଜନ ସ୍ବାଇଁ, ବସନ୍ତ ବାରିକ, ବିପିନ ବାରିକ, ସୁକାନ୍ତ ବାରିକ, ସିଲୁ ବେହେରା, ଅଜୟ ସାହୁ, କାଳନ୍ଦୀ ବେହେରା, ତ୍ରିନାଥ ପରିଡା, ପଞ୍ଚାନନ ପ୍ରଧାନ, ରଞ୍ଜନ ରାଜ, ସିଲୁ ମନ୍ତ୍ରୀ ପ୍ରଭୃତିଙ୍କ ମିଳିତ ଉଦ୍ୟମରେ ପବିତ୍ର ମାଣବସା ଗୁରୁବାର ରେ ଏହି ସାମାଜିକ କାର୍ଯ୍ୟ ସମ୍ପାଦିତ ହୋଇଅଛି | ରଜ ମହୋତ୍ସବ ସମିତିର ଯୁବ ସଦସ୍ୟ ମାନଙ୍କ ଏହି ସେବା କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି |
ପ୍ରଶାସନ ଶୁଣିଲାନି : ଗାଁ ଯୁବଗୋଷ୍ଠୀ କାମ କରି ଦେଖାଇଲେ !!!

