ସ୍ଵେଛାକୃତ ଅବସର ପାଇଁ ଆବେଦନ କଲେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ

0
330

ଆୱାଜ ମିଡ଼ିଆ ( ନୟାଗଡ ବ୍ୟୁରୋ ) କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସ୍ବେଛାକୃତ ଅବସର ପାଇଁ ଆବେଦନ । ଗତ ୧୭ ତାରିଖ ରେ ଅବସର ନେବାପାଇଁ ଆବେଦନ କରିଥିଲେ । ୧୯ ତାରିଖ ରୁ ସେ କାର୍ଯ୍ୟ ରେ ଯୋଗଦେଇ ନାହାନ୍ତି। ଅବସର ନେବା ଘଟଣା ପ୍ରକାଶ ହେବାପରେ ବିଭାଗିୟ କର୍ମଚାରୀ ଓ ଶିକ୍ଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥିଲା । କିଏ ଦୁନ୍ନିତି କଥା କହୁଥିବା ବେଳେ କିଏ ଅଫିସରେ ଚାପ ଲାଗି ଏପରି ନିଷ୍ପତି ନେଇଥିବା ଆଲୋଚନା ହେଉଥିଲା । କିନ୍ତୁ ସବୁ କଳ୍ପନା ଯଳ୍ପନାର ଅନ୍ତ ଘଟିଛି, ଶିକ୍ଷା ଅଧିକାରୀ ନିଜେ କହିଛନ୍ତି ସେ ନିଜ ବ୍ୟକ୍ତିଗତ କାରଣରୁ ଏ ପ୍ରକାର ନିଷ୍ପତି ନେଇଛନ୍ତି। ମୁଁ ଜଣେ ନିଷ୍ଠାପର ଓ ସଚ୍ଚୋଟ କର୍ମଚାରୀ ଥିଲି । ତାଙ୍କ ସମ୍ପର୍କରେ କୌଣସି ମିଥ୍ୟା ଅପପ୍ରଚାର ନ କରିବାକୁ ଅନୁରୋଧ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here