ଦୀର୍ଘ ଦୁଇ ବର୍ଷ ପରେ ମୁସଲମାନ ଭାଇ ଓ ଭଉଣୀ ମାନଙ୍କ ମୁହଁ ରେ ଫୁଟିଲା ହସ : ଆନନ୍ଦ ଉଲ୍ଲାସରେ ପାଳିନ କରିଲେ ଇଦ୍ ପର୍ବ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଚଉଦ ମହଲା ଇଦିଗା ରେ ଇଦ୍ ପର୍ବ ମହା ସମାରୋହରେ ପାଳିତ। ଇଦ୍ ପର୍ବ ପାଇଁ ମଙ୍ଗଳବାର ସକାଳୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ବୁଢୀ ପର୍ଯ୍ୟନ୍ତ ନୂତନ ବସ୍ତ୍ର ପିନ୍ଧି ସଜେଇ ହୋଇ କିଏ ମସଜିଦ କୁ ତ କିଏ ଇଦିଗା କୁ ନମାଜ ପାଠ କରିବା ପାଇଁ ବାହାରିଥିଲେ । ଏହି ଅବସରରେ ପ୍ରଥମେ ଇଦଗା ରେ ଇମାନ୍ ମହମ୍ମଦ ବିରାଲ ସାହେବ ନମାଜ ପାଠ କରିଥିଲେ ।ଏହା ପରେ ଇଦିଗା ଉପସ୍ଥିତ ଥିବା ସମସ୍ତ ମୁସଲମାନ ଭାଇମାନେ ନମାଜ ପାଠ କରିଥିଲେ । ଦୀର୍ଘ ଏକମାସ ଧରି ନିଷ୍ଠା ସହକାରେ ଉପବାସ କରି ମୁସଲମାନ ଭାଇ ଭଉଣୀ ମାନେ ମସଜିଦ ରେ ନମାଜ ପାଠ କରି ପର୍ବ ପାଳି ଆସୁଥିଲେ । ସୋମବାର ସଂଧ୍ୟାରେ ଆକାଶ ରେ ଚାନ୍ଦ ଦେଖିଲା ପରେ ପର୍ବ ଶେଷ ହୋଇଥିଲା । ହିନ୍ଦୁ ମୁସଲମାନ ଭାଇଚାରା ସମ୍ପର୍କ ଦେଖିବାକୁ ମିଳିଥିଲା । ହିନ୍ଦୁ ମୁସଲମାନ ଭାଇ ମାନେ ପରସ୍ପର କୁ କୋଳାଗ୍ରତ ଓ ଆଲିଙ୍ଗନ କରି ପର୍ବ ର ଅଭିନନ୍ଦନ ଜଣାଇଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ୨୬ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀତା ସେଠୀ, ଅସୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଗୈାତମୀ ଦାସ, ସମିତି ସଭ୍ୟା ହିମାନ୍ଦ୍ରୀ ମିଶ୍ର, ଯୁବନେତା ଅନନ୍ତ କୁମାର ଦାସ ପ୍ରମୁଖ ସଂଧ୍ୟାରେ ଅସୁରେଶ୍ଵର ପଞ୍ଚାୟତ ର ଅଣସରପୁର, ଇଶାଳୋ, ପାଇକରାପୁର ଗ୍ରାମରେ ଥିବା ମୁସଲମାନ ଭାଇ ମାନଙ୍କ ଘରକୁ ଘର ଯାଇ ଇଦ୍ ପର୍ବ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ ପିଠାପଣା ଖାଇବା ସହ ବ୍ୟକ୍ତିଗତ ସମସ୍ୟା ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *