କଟକ ଜଗତପୁର ରେ ନକଲି ଖାଇବା ଘିଅ କାରଖାନା : ପୁଲିସ ରେଡ଼ !!!

0
40
Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜଗତପୁରରୁ ପୁଣି ଠାବ ହେଲା ନକଲି ଖାଇବା ଘିଅ କାରଖାନା । ସ୍ଥାନୀୟ ନୂଆ ଶିଳ୍ପାଞ୍ଚଳ ଭିତରୁ ନକଲି ଘିଅ କାରଖାନା କୁ ଠାବ କଲା ଜଗତପୁର ଥାନା ପୋଲିସ । ବାଲଗୋପାଲ ଓ ନିର୍ମାଲ୍ୟ ନାମକ ଦୁଇ ଟି ବ୍ରାଣ୍ଡର ଘିଅ ଏହି କମ୍ପାନୀରୁ ଜବତ ହୋଇଛି ! ପୋଲିସ ଏହି କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିବା ବେଳେ ମାଲିକ ଫେରାର ହୋଇ ଯାଇଛି । ଏହି ରେଡ ସମୟରେ ସେହି କମ୍ପାନୀରୁ ବିପୁଳ ପରିମାଣର ନକଲି ଘିଅ ସହିତ ଘିଅ ପ୍ରସ୍ତୁତିରେ ବ୍ୟବହାର କରାଯାଉ ଥିବା କଞ୍ଚା ମାଲ ବି ଜବତ ହୋଇଛି ! ପ୍ରାୟ ୧ ବର୍ଷ ହେବ ଧରି ଏହି କମ୍ପାନୀ ଏଠାରେ ଚାଲୁଥିଲା ଏବଂ ଏଠାରୁ ପ୍ରସ୍ତୁତ ହେଉ ଥିବା ନକଲି ଘିଅ କୁ ରାଜ୍ୟର ବିଭନ୍ନ ବଜାରକୁ ଛଡା ଯାଉଥିଲା ! ତେବେ ଏହି କମ୍ପାନୀକୁ ସିଲ କରିବା ସହ ଜବତ ହୋଇ ଥିବା ନକଲି ଘିଅର ନମୁନାକୁ ଯାଞ୍ଚ ପାଇଁ ପଠାଇଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ !

 

LEAVE A REPLY

Please enter your comment!
Please enter your name here