ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପିମ୍ପୁଡିଆ ଗ୍ରାମର ସବିତା ମହାନ୍ତ ଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହରେ କୁହେଳୀ , ସୁକିନ୍ଦା ଥାନାରେ ଏତଲା ଦେଲେ ପରିବାର ଲୋକେ । ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମର ସବିତା ମହାନ୍ତ ନିଜ ବାସଭବନରେ ଶୋଇ ରହିଥିବା ବେଳେ ମଙ୍ଗଳବାର ଭୋର ସମୟରେ ପରିବାର ଲୋକେ ତାଙ୍କୁ ଡାକିବାରୁ ସେ ନଉଠିବାରୁ ତାଙ୍କୁ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ . ପରେ ସବିତା ମହାନ୍ତଙ୍କର ଏପରି ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହ ବଢିବା ପରେ ପରିବାର ତରଫରୁ ମଙ୍ଗଳବାର ସକାଳୁ ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଅଛି . ସୁକିନ୍ଦା ପୋଲିସ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ବର୍ଗଙ୍କ ଉପସ୍ଥିତରେ ଶବ ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଥିବା ବେଳେ ସବିତା ମହାନ୍ତ ଜଣେ ସ୍ନେହୀ ଓ ସାହାଯ୍ୟକାରୀ ମହିଳା ଥିବାରୁ ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ବ୍ୟାପକ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ପିମ୍ପୁଡିଆ ଗ୍ରାମରେ ମହିଳାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହରେ କୁହେଳୀ !!!

