ବଦଳିଲା ନୟାଗଡ ଭାଟସାହିର ରାଜନୈତିକ ପାଣିପାଗ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଜେପି ଛାଡି ବିଜେଡିରେ ଯୋଗଦେଲେ ନୟାଗଡ଼ ସଦର ବ୍ଲକ ଭାଟସାହି ପଞ୍ଚାୟତ ର ବିଜେପି ଦଳର ଜଣେ ଦୃଢ ସମର୍ଥକ ଓ ସଙ୍ଗଠକ ସୁରେନ୍ଦ୍ର ଭଟ୍ଟ । ଓଡ଼ଗାଁ ଦୂତିକେଶ୍ଵର ମନ୍ଦିର ଠାରେ ହେଇଥିବା ଏକ କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ଭଟ୍ଟ ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହୋଇଛନ୍ତି । ଶ୍ରୀ ଭଟ୍ଟ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମାନ୍ୟବର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ଦୃଢ ନେତୃତ୍ବ ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ସାହୁ ଙ୍କ ଜନ ହିତକର କାର୍ଯ୍ୟ ଲୋକ ସେବା ରେ ମୁଗ୍ଧ ହୋଇ ସେ ବିଜେଡି ରେ ନିଜକୁ ସାମିଲ କରିଛନ୍ତି । ଦଳ ର ନିତି ନିୟମ କୁ ମାନି ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ଭଟ୍ଟ ଙ୍କୁ ସରପଞ୍ଚ କିଶୋର ଚନ୍ଦ୍ର ସାହୁ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସଂଗଠକ ପବିତ୍ର ସ୍ବାଇଁ ଏବଂ ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଭଟ୍ଟ ଙ୍କର ବିଜେଡିରେ ସାମିଲ ପରେ ଭାଟସାହି ପଞ୍ଚାୟତ ରେ ଦଳ ଅଧିକ ସୁଦୃଢ ହେବବୋଲି ପଞ୍ଚାୟତ ରେ ଚର୍ଚ୍ଚା ଯୋର ଧରିଛି । ସୂଚନା ଯୋଗ୍ୟ , ବିଗତ ଦିନରେ ଭାଟସାହି ଗ୍ରାମରେ ଏକ କାର୍ଯ୍ୟକ୍ରମ ସମୟରେ ବିଜେପି ଓ ବିଜେଡି ସମର୍ଥକ ମୁଁହା ମୁଁହି ହୋଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା .

Leave a Reply

Your email address will not be published. Required fields are marked *