ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ନାବାର୍ଡର 40 ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କୋଭିଡ଼ ନିୟମ ଅନୁସାରେ ଉତ୍ସବ ପାଳନ କରାଯାଇଛି । ରାଜ ଭବନରେ ଏକ ଗରିମାମୟ ସମାରୋହରେ ରାଜ୍ୟର ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ କୁ ଗୌରବମୟ କରିଥିଲେ । ଏହି ଅବସରରେ ଢେଙ୍କାନାଳ ଏନଆଇ ଭିଡ଼ିଓ କନଫରେନ୍ସିଂ ହଲରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା , ଢେଙ୍କାନାଳ ଏଲ.ଡି.ଏମ୍ , ଡି. ଡି.ଏମ୍ , ନାବାର୍ଡ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ତରଫରୁ ଢେଙ୍କାନାଳ ଜିଲ୍ଲାପାଳ , କଙ୍କଡ଼ାହାଡ଼ ବ୍ଲକ ସାକାର ଗ୍ରାମର ଏକ ଦମ୍ପତି ମାନସ ବେହୁରୀ ଓ ଶ୍ରୀମତୀ ଲିଲୀ ଦହୁରୀଙ୍କୁ ପୁରସ୍କୃତ କରିଥିଲେ । ନାବାର୍ଡର ଜଳ ସେଚନ ପ୍ରକଳ୍ପ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ ଫର ଇକୋଲୋଜିକାଲ ସିକ୍ୟୁରିଟି ( ଡି.ଇ.ଏସ୍ ) ଦ୍ଵାରା ହୋଇଥିଲା ଯାହା ଫଳରେ ସେମାନଙ୍କର ପରିବାରର ଆୟ ୪୫ , ୦୦୦ ବୃଦ୍ଧି ପାଇଛି । ଢେଙ୍କାନାଳ ଜିଲ୍ଲାରେ କୃଷି ଓ ଗ୍ରାମାଞ୍ଚଳର ବିକାଶ ପାଇଁ ନାବାର୍ଡକୁ ପ୍ରଶଂସା କରିଥିଲେ । ବିଗତ ବର୍ଷ ମାନଙ୍କରେ ୨୯୧୪ଟି ପ୍ରକଳ୍ପ ବାବଦକୁ ନ କୋଟି ଅର୍ଥ ସିଆଇଡିଏଫ୍ , ଗ୍ରାମାଞ୍ଚଳ ଭିତ୍ତଭୂମି ବିକାଶ କାର୍ଯ୍ୟକ୍ରମ ନିମନ୍ତେ ସହାୟତା ପ୍ରଦାନ କରାଯାଇଛି । ୧୦୦୦ ରୁ ଅଧିକ ପରିବାର ଉପକୃତ ହୋଇଥିବା ୪୦୦୦ ହେକ୍ଟରରୁ ଅଧିକ ଜମିକୁ କଙ୍କଡ଼ାହାଡ ବ୍ଲକ ରେ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା । ସଦର , ପରଜଙ୍ଗ , ଗଁଦିଆ ଓ କଙ୍କଡ଼ାହାଡ଼ ବ୍ଳକରେ ଉନ୍ନତ ବଜାର ପ୍ରବେଶ ପାଇଁ କୃଷି ଉତ୍ପାଦନ ସଂଗ୍ରହ ପାଇଁ କୃଷକ ଉତ୍ପାଦକ କମିଟି ଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇଥିଲା । ଛତୁଚାଷ , ପଲିଥିନ୍ ପ୍ରସ୍ତୁତ , ଖାଦ୍ୟ ପ୍ରକ୍ରିୟା କରଣ , ଫିନାଇଲ୍ ପ୍ରସ୍ତୁତି , ପନିପରିବା ନର୍ସରୀ ଓ ପଛ ପଟ କୁକୁଡ଼ା ପାଳନ ଆଦି ନିମିତ୍ତ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା , ଯାହା ସେମାନଙ୍କର ଜୀବିକା ନିର୍ବାହ ରେ ସହାୟକ ହୋଇପାରିଛି । କଙ୍କଡ଼ାହାଡ଼ ଓ ଗଁଦିଆ ବ୍ଲକ ର ପାହାଡ଼ିଆ ଗ୍ରାମ ଗୁଡ଼ିକରେ ଜଳ ଅଭାବକୁ ଦୂର କରିବା ପାଇଁ ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ କରାଯାଇଛି । ଆର୍ଥିକ ଅନ୍ତର୍ଭୁକ୍ତ ଅନୁଯାୟୀ ନାବାର୍ଡ ଟେକ୍ନୋଲୋଜି ବ୍ୟାଙ୍କ ର ପ୍ରୋତ୍ସାହନ ଆର୍ଥକ ସ୍ୱାକ୍ଷରିତ କାର୍ଯ୍ୟକ୍ରମ ପରିଚାଳନା ଓ ଆର୍ଥିକ ସ୍ଵାକ୍ଷରତା କେନ୍ଦ୍ର ପ୍ରତିଷ୍ଠାରେ ବ୍ୟାଙ୍କ ଗୁଡିକୁ ସହାୟତା କରେ । କ୍ରେଡ଼ିଟ୍ ଯୋଜନା , କ୍ରେଡିଟ୍ ମନିଟରିଂ , ବ୍ୟାଙ୍କ ଲିକେଡ ଏବଂ ବଳରାମ ପାଇଁ ନାବାର୍ଡ ଅନୁକ୍ରମଣିକା ଭୂମିକା ଗ୍ରହଣ କରି ଆସୁଅଛି ।
ଢେଙ୍କାନାଳରେ ନାବାର୍ଡ ର ପ୍ରତିଷ୍ଠା ଦିବସ ପାଳିତ !!!

