ବାପାଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଝିଅର ଆକୁଳ ନିବେଦନ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ମୋ ବାପା ଭଲ ହୋଇଗଲେ ମୁଁ ପାଠ ପଢିବି । ବାପାଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଝିଅର ଆକୁଳ ନିବେଦନ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ କ୍ୟାନସର ରୋଗରୁ ଭଲ ହୋଇ ପାରୁ ନାହାନ୍ତି ଗରିବ ଗୋପାଳ ପରିବାରର ଲକ୍ଷ୍ମଣ ଦାସ । ଦେଢ଼ବର୍ଷ ହେବ କ୍ୟାନସର ରୋଗରେ ପୀଡିତ ହୋଇ ଘରେ ପଡିଛନ୍ତି ଲକ୍ଷ୍ମଣ। ମୂଲ ଲାଗିଲେ ଘରେ ଚୁଲି ଜଳେ।ଘରେ ସ୍ତ୍ରୀ ଓ ଝିଅ ଦୁଇଜଣ ରୋଗଗ୍ରସ୍ତ ଲକ୍ଷ୍ମଣ ର ସେବା କାର୍ଯ୍ୟରେ ଲାଗିଥିବା ବେଳେ ପରିବାର ଚଳିବା କଷ୍ଟକର ହୋଇପଡିଛି । ବୁଢା ବାପା ମା ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା ସହିତ ରୋଗ ଗ୍ରସ୍ଥ ପୁଅ ପାଇଁ ଔଷଧ କିଣିଥାନ୍ତି । ସାହାଯ୍ୟ ଟିକେ ମିଳିଲେ ପୁଅର ଚିକିତ୍ସା କରି ପୁଅକୁ ଭଲ କରି ପାରନ୍ତେ ବୋଲି ଆଶା ରଖିଛନ୍ତି ପରିବାର ଲୋକେ।
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିସୋ ପଞ୍ଚାୟତ ବାଇଜଙ୍ଗା ଗ୍ରାମର ଗୁନ ଦାସଙ୍କ ପୁଅ ଲକ୍ଷ୍ମଣ ଦାସ।ବୟସ ମାତ୍ର 42 ବର୍ଷ।ଦୀର୍ଘ ଦେଢ଼ବର୍ଷ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି।ପ୍ରଥମେ ପ୍ରଥମେ ଚିକିତ୍ସା ପାଇଁ ଧାର ଉଦ୍ଧାର ଓ ଘରେ ଯାହାକିଛି ଅର୍ଥ ଥିଲା ଖର୍ଚ୍ଚ କରି ଚିକିଶ୍ଚିତ ହୋଇଥିଲେ।ଅଧିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଚିକିଶ୍ଚିତ ହୋଇନପାରି ମୃତ୍ୟ ସହିତ ସଂଗ୍ରାମ କରୁଛନ୍ତି ଲକ୍ଷ୍ମଣ।ପରିବାର କହିଲେ ବୁଢା ବାପା,ମା, ସ୍ତ୍ରୀ,ପୁଅ,ଝିଅ ଓ ସାନଭାଇ।ଭଙ୍ଗା ଚାଳ ଛପର ଘରେ ରହୁଥିବା ଲକ୍ଷ୍ମଣ ମୂଲ ଲାଗି ମୂଲ ଆଣିଲେ ପରିବାର ଚଳେ।ସରକାରୀ ସାହାଯ୍ୟ କେବଳ ରେସନ କାର୍ଡ ଟିଏ।ମୁଣ୍ଡ ଗୁଞ୍ଜିବାକୁ ନା ମିଳିଛି ଆବାସ ଯୋଜନାରେ ଘର ଖଣ୍ଡେ ନା ସରକାରୀ ସହାୟତା।ଭଙ୍ଗା ଚାଳ ଛପର ଘରେ ଭାଗ୍ୟକୁ ଅଦେରୀ ପଡିରହିଛନ୍ତି ଲକ୍ଷ୍ମଣ।ଲକ୍ଷ୍ମଣ ରୋଗଗ୍ରସ୍ତ ହେବାପରେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅର ପାଠପଢା ଏକପ୍ରକାର ବନ୍ଦ ହୋଇଯାଇଛି।ସାନ ପୁଅଟି ସପ୍ତମ ଶ୍ରେଣୀରେ ପଢୁଥିଲେ ମଧ୍ୟ ଅର୍ଥ ଅଭାବରୁ ସ୍କୁଲ ଯିବା ବନ୍ଦ ହୋଇଯାଇଛି।ଯଦି ସରକାରୀ ବା ବେସରକାରୀ ସାହାଯ୍ୟ ମିଳନ୍ତା ବାପାଙ୍କର ଚିକିତ୍ସା କରାଯାଇ ବାପାଙ୍କୁ ଭଲ କରାଯାଇ ପାରନ୍ତା ବୋଲି ଝିଅ ଓ ପତ୍ନୀ କୋହଭରା କଣ୍ଠରେ ନିବେଦନ କରିଛନ୍ତି।ଲକ୍ଷ୍ମଣ ଙ୍କ ଚିକିତ୍ସା ପାଇଁ ସରକାରୀ ଓ ବେସରକାରୀ ଭାବରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି।
ନିହାତି ଗରିବ ଗୁନ ଦାସଙ୍କ ପରିବାର।ଦୁଇ ପୁଅଙ୍କ ନେଇ ଗୁନ ଚାଳ ଛପର ଘରେ ରୁହନ୍ତି।ରୋଜଗାରିଆ ବଡ଼ ପୁଅ ଲକ୍ଷ୍ମଣ କୁ କର୍କଟ ରୋଗ ହେବାପରେ ଘର ଚଳିବା କଷ୍ଟକର ହୋଇପଡିଛି।ଲକ୍ଷ୍ମଣଙ୍କ କର୍କଟ ରୋଗର ଚିକିତ୍ସା ପାଇଁ ଗୋରୁ ଗାଈ ଓ ମହିଁସି ବିକି ଚିକିତ୍ସା କେରିଥିଲେ।ଚିକିତ୍ସା ପାଇଁ ପରିବାର ପାଖରେ ଆଉ ସମ୍ବଳ କିଛି ନାହିଁ।ବୁଢା ବାପା ଓ ସାନ ଭାଇ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳିବା ସହିତ ଲକ୍ଷ୍ମଣ ଙ୍କ ଔଷଧ ଖର୍ଚ୍ଚ ରେ ଯାଉଛି।ପୁଅର କର୍କଟ ରୋଗର ଅସ୍ତ୍ରୋପଚାର ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଅର୍ଥ ପାଇଁ ଚିନ୍ତାରେ ପରିବାର ଲୋକେ।ସରକାରୀ ହେଉ କି ବେସରକାରୀ ଭାବରେ କେହି ବଦାନ୍ୟ ବ୍ୟକ୍ତି ଯଦି ସାହାଯ୍ୟ କରନ୍ତେ ଲକ୍ଷ୍ମଣ ଭଲହୋଇ ପାରନ୍ତେ ବୋଲି ପରିବାର ଓ ପଡୋଶୀ ମାନେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *