କପିଳାସ ବନବିଭାଗ ଦ୍ୱାରା ଚାରି ଶିକାରୀ ଗିରଫ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କପିଳାସ ବନବିଭାଗ ଦ୍ୱାରା ଚାରି ଶିକାରୀ ଗିରଫ . କପିଳାସ ବନବିଭାଗ ଅଧିକାରୀ ଙ୍କୁ ମିଳିଛି ପୁଣି ଏକ ସଫଳତା । କପିଳାସ ରେଞ୍ଜ ଅଧିକାରୀଙ୍କ ହାତରେ 4 ଶିକାରୀ ଧରା ପଡିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଇନ୍ଦ୍ରଜିତ କର , ମହେନ୍ଦ୍ର ସାହୁ , ଅମରେନ୍ଦ୍ର ମହାପାତ୍ର ଏବଂ ପତିତପାବନ ନାଏକ ବୋଲି ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତ ଦେଓଗାଁ ଏବଂ ଗଁଦିଆ ଅଞ୍ଚଳର ହୋଇଥିବା ସମୟରେ ଗିରଫ ହେବା ବେଳେ ସେମାନଙ୍କ ଠାରୁ 2 ଟି ଦେଶୀ ବନ୍ଧୁକ , 100 ମିଟର ତାର ଓ ଗୋଟିଏ ଟର୍ଚ୍ଚ ଲାଇଟ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *