ଢେଙ୍କାନାଳ ଆପ୍ ଶାଖା ର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଆପ୍ ର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ହିନ୍ଦୋଳ ଠାରେ ଦଳର ବରିଷ୍ଠ ସଦସ୍ୟ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ଆପ୍ ଅଧ୍ୟକ୍ଷ ବିଜୟ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ଜିଲ୍ଲା ର ପ୍ରାୟ 40 ଜଣ କାର୍ଯ୍ୟକାରୀ ସଦସ୍ୟ ଏକାଠି ହୋଇ ଦଳର ସାଙ୍ଗଠନିକ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିବା ସହ ଆଗାମୀ ନିର୍ବାଚନ କୁ ଆଖିରେ ରଖି ଏନଏସି / ମୁନିସିପାଲିଟି ଏବଂ ପଞ୍ଚାୟତ ସ୍ତରରେ ଦଳକୁ ମଜବୁତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ | ଦଳର ଆଦର୍ଶ ବିଚାରଧାରା କୁ ପ୍ରଚାର ପ୍ରସାର କରି ଦଳକୁ ଲୋକାଭିମୁଖୀ କରିବା, ବୁଥ ସ୍ତର ରେ କର୍ମୀ ଯୋଡି ଦଳର ସ୍ଥିତି କୁ ସୁଦୃଢ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |

ଜିଲ୍ଲା ସ୍ତରୀୟ ସଂଗଠନ ର ବିକାଶ ପାଇଁ ଜିଲ୍ଲା ର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱ ରେ ଖୁବଶୀଘ୍ର ରାଜ୍ୟ ପଦାଧିକାରୀ ଙ୍କୁ ଭେଟିବ ବୋଲି ନିଷ୍ପତ୍ତି ନିଆଯାଇଛି | ଏହା ସହ ବହୁତ ଶୀଘ୍ର ପରଜଙ୍ଗ, ଗନ୍ଦିଆ, ଯୋରନ୍ଦା ଓଡ଼ପଡ଼ା ଏବଂ ଢେଙ୍କାନାଳ ମୁନିସିପାଲିଟି ରେ ଦଳ ତରଫରୁ ବ୍ୟାପକ ବୈଠକ ଆୟୋଜନ କରାଯାଇ କର୍ମୀ ମାନଙ୍କୁ ଦଳରେ ଯୋଡ଼ା ଯିବା ପାଇଁ ନିଷ୍ପତି ନିଆଗଲା | ଉକ୍ତ ବୈଠକ ରେ ଜିଲ୍ଲା ସମ୍ପାଦକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ, ଆପ ଜିଲ୍ଲା ଆଇନ ସେଲ ସମ୍ପାଦକ ଶାନ୍ତନୁ ରାଉତ, ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ଆଶିଷ କୁମାର ମିଶ୍ର, ଛାତ୍ର ନେତା ବିଶ୍ୱଜିତ ବରାଳ, ବରିଷ୍ଠ ସଦସ୍ୟ ବିନୋଦ ମଲିକ, ରାଜୀବ କର, ହିନ୍ଦୋଳ ଏନଏସଇ ଆପ ଶାଖାର ଅଧ୍ୟକ୍ଷ ଦୁର୍ଯୋଧନ ନାଏକ, ହିନ୍ଦୋଳ ଏନଏସଇ ମହିଳା ମୋର୍ଚ୍ଚା ଅଧକ୍ଷା ଝୁନୁ ନାଏକ, ପଦ୍ମ ଚରଣ ନାଏକ, ଗୋବିନ୍ଦ ନାଏକ, ମାନସୀ ନାଏକ ଏବଂ ମିଡ଼ିଆ ସେଲ ଅଧ୍ୟକ୍ଷ ଭୋଜରାଜ ସାହୁ ଙ୍କ ସମେତ 50 ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ | ବୈଠକ ରେ ଉପସ୍ଥିତ ଥିବା ସଦସ୍ୟ ମାନେ ସର୍ବ ସମ୍ମତି କ୍ରମେ ଦଳ ର ବରିଷ୍ଠ ସଦସ୍ୟ ବିନୋଦ ମଲିକ ଙ୍କୁ ଦଳ ର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛନ୍ତି |

Leave a Reply

Your email address will not be published. Required fields are marked *