ଜାମୁପସି ଜଙ୍ଗଲରୁ ୨୦କେଜି ବାରହା ମାଂସ ଜବତ : ଦୁଇ କୋର୍ଟ ଚାଲାଣ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡ଼ୁବୁରୀ ରେଞ୍ଜ ଅଧିନସ୍ଥ ଜାମୁପସି ଜଙ୍ଗଲରୁ ୨୦କେଜି ବାରହା ମାଂସ ଜଵତା ହେଵା ସହିତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଟମକା ବନାଞ୍ଚଳ ଡ଼ୁବୁରୀ ରେଞ୍ଜ ଅଧିନସ୍ଥ ଜାମୁପସି ଜଙ୍ଗଲରୁ କଳିଙ୍ଗନଗର ପୋଲିସ ଓ ବନ କର୍ମଚାରୀ ମାନଙ୍କ ଦ୍ୱାରା ୨୦ କେଜି ପାଖା ପାଖି ବାରହା ମାଂସ ଜଵତା ହୋଇଛି . ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସମୟରେ , ଆଜି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ଡ଼ୁବୁରୀ ଅଞ୍ଚଳର ମାନସ ରାଉତ (୩୭) ଓ ଦାନଗଦି ବ୍ଲକ ଅଧିନସ୍ଥ ମାନପୁର ଗ୍ରାମର ପ୍ରମୋଦ କୁମାର ସାହୁ (୪୪) ବୋଲି ସୂଚନା ମିଳିଛି । ଶୁକ୍ରବାର ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହିତ, ତାଙ୍କ ଠାରୁ ଜବତ ହୋଇଥିବା ଓଡି ୩୩ ଆର ୦୦୫୧ ନମ୍ବର କ୍ରେଟା କାରକୁ ବନ ବିଭାଗ ଜବତ କରି ବନ ବିଭାଗ କାର୍ଯ୍ୟାଳୟ ଅଧୀନରେ ରଖି ତଦନ୍ତ ଜାରି ରଖିଥିବା କଥା ବନ ବିଭାଗୀୟ ଅଧିକାରିଣୀ ନିଳିମା ପ୍ରିୟଦର୍ଶୀନି ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *