ସୁକିନ୍ଦାଗଡ଼ ପାଖ 53 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା !

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମୁଖ୍ୟ ରାସ୍ତାରେ ଦୁର୍ଘଟଣା . ସ୍ଥାନୀୟ ନଛିପୁରା ଗ୍ରାମର ତାପସ କୁମାର ସାହାଣୀ ଆହତ ଅବସ୍ଥାରେ ସୁକିନ୍ଦା ମେଡିକାଲରେ ଭର୍ତ୍ତି । ସୁକିନ୍ଦାଗଡ଼ ପାଖ 53 ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତି 7 ଘଟିକା ସମୟରେ ନଛିପୁରା ଗ୍ରାମର ତାପସ କୁମାର ସାହାଣୀ ଏକ ବାଇକ ଯୋଗେଁ ମୁଖ୍ୟ ରାସ୍ତା ଦେଇ ନଛିପୁରା ଗ୍ରାମ ସ୍ଥିତ ନିଜ ବାସଭବନକୁ ଫେରୁଥିବା ସମୟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା . ଦୁର୍ଘଟଣାରେ ଆହତ ହୋଇ ତାପସ ମୁଖ୍ୟ ରାସ୍ତାରେ ପଡି ରହିଥିବା ଦେଖି ସ୍ଥାନୀୟ ଲୋକେ ସୁକିନ୍ଦା ଅଗ୍ନିଶମ ବିଭାଗ ସହିତ ଯୋଗାଯୋଗ କରିବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ . ପ୍ରାଥମିକ ଚିକିତ୍ସା ପରେ ଆହତ ତାପସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *