ଆକ୍ଟିଭ ମିଡ଼ିଆ କ୍ଲବ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଏବଂ ମାସ୍କ ବଣ୍ଟନ ।

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆକ୍ଟିଭ ମିଡ଼ିଆ କ୍ଲବ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଏବଂ ମାସ୍କ ବଣ୍ଟନ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ କରୋନା ମହାମାରୀ ଦ୍ଵିତୀୟ ଲହର ପ୍ରଭାବ ସାମାନ୍ୟ ଆଶ୍ଵସ୍ତି ଜନକ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିପଦ ଯାଇନାହିଁ । ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଜି ଆକ୍ଟିଭ ମିଡ଼ିଆ କ୍ଲବ କଣିହାଁର ସଭାପତି ଦିବ୍ୟଲୋଚନ ନାଏକଙ୍କ ନେତୃତ୍ୱରେ ସମଲ ପଞ୍ଚାୟତ ବିକିସର, କେଶବପୁର ଓ ଟିପୋ ଗ୍ରାମରେ ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କ୍ଲବ ର ସଂପାଦକ ଅଶ୍ୱିନୀ ଦେବତା, ସୁବାଷ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ବେହେରା, କୃଷ୍ଣଚନ୍ଦ୍ର ନାଏକ, ଅମର ନାଏକ, ନରୋତ୍ତମ ସେଠୀ, ମନୋଜ ସାହୁ, ମନୋଜ ଦାସ, ଆରତ ବେହେରା ଏବଂ ବଳଭଦ୍ର ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *