ବିଶ୍ୱ ବନ୍ଧୁତ୍ୱ ଦିବସରେ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବିଶ୍ୱ ବନ୍ଧୁତ୍ୱ ଦିବସରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ନରସିଂହପୁର ଯୁବ ପରିଷଦ ପକ୍ଷରୁ ନରସିଂହପୁର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଭଳି ଏକ ସମ୍ବର୍ଦ୍ଧନା ଉତ୍ସବ । ଏଥିରେ ମୁଖ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ପରିଷଦର ଉପଦେଷ୍ଟା ଅଭୟାନନ୍ଦ ଦାଶ ବନ୍ଧୁତ୍ୱ ଦିବସରେ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ବନ୍ଧୁତ୍ୱ ଦିବସର ମହତ୍ତ୍ୱ ବର୍ଣ୍ଣନା କରିଥିଲେ । ବନ୍ଧୁତା ସୁଖ ବଢ଼ାଏ, ଶକ୍ତି ପ୍ରଦାନ କରେ,ଆପଣା ମୂଲ୍ୟବୋଧରେ ଜୀବନକୁ ଋଦ୍ଧିମନ୍ତ କରେ । ଆଜି ସାରା ପୃଥିବୀ ଦାରିଦ୍ର୍ୟ, ହିଂସା, ମାନବିକ ଅଧିକାର ଉଲ୍ଲଙ୍ଘନ ଇତ୍ୟାଦିରେ ହନ୍ତସନ୍ତ ହେଉଥିବା ବେଳେ ତୃଣମୂଳ ସ୍ତରରେ ଜଣେ ଭଲ ବନ୍ଧୁର ଆବଶ୍ୟକତା ଅପରିହାର୍ଯ୍ୟ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *