ଜମିହରା ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜମିହରା ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର . ତାଳବରକୋଟ, ମଣିପୁର, ପାତ୍ରଭାଗ ଏବଂ ସିଆରିଆ ଗ୍ରାମର ଅଧିବାସୀ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ଏନ.ଟି.ପି.ସି ଗଜମରା ଜମି ଅଧିଗ୍ରହଣ ସମୟରେ ସରକାର ଉପରୋକ୍ତ ଗ୍ରାମ ଗୁଡ଼ିକର ଜମି ଉପରେ ପ୍ରଥମେ 144 ଧାରା ଲାଗୁକରିଥିଲେ ଏବଂ ଦ୍ଵିତୀୟ ଦଫାରେ 144 ଧାରା ଲାଗୁ କରିଛନ୍ତି । ସେହି ଅନୁସାରେ ପ୍ରାୟ ୮୦ପ୍ରତିଶତ ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି କଟକଣା କାରଣରୁ ଆଜି ପର୍ଯ୍ୟନ୍ତ ୧୦ ବର୍ଷ ହେଲା ଉକ୍ତ ଜମି ପଡିଆ ପଡ଼ିଅଛି । ବଳକା 20 ପ୍ରତିଶତ ଲୋକ ଜମି କ୍ଷତିପୂରଣ ପାଇଁ ନଥିବାରୁ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି . ଯେହେତୁ ଉକ୍ତ ଜମି ଉପରେ ସରକାର ୧୪୪ ( ଏ ) ଲାଗୁ କରିଛନ୍ତି ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଚାଷୀ ମୂଳିଆ ଲୋକ ଅତି ଜରୁରୀ ସମୟରେ ଯଥା ଦେହ ଖରାପ କିମ୍ବା ଝିଅ ପୁଅ ବିଭାଘର ପାଇଁ ଟଙ୍କା ଦରକାର ବେଳ କମିକୁ ବିକ୍ରି କରି ପାରୁନାହାନ୍ତି । ସ୍ଥାନୀୟ ଅଧିବାସୀଙ୍କର ସ୍ଥିତାବସ୍ଥା ଏବଂ ଆର୍ଥିକ ଦୂରବସ୍ଥାକୁ ବିଚାରକୁ ନେଇ ତୁରନ୍ତ ବାକି ରହିଯାଇଥିବା ବଳକା ୨୦ପ୍ରତିଶତ ଜମିହରା ପ୍ରଜାଙ୍କୁ କ୍ଷତିପୁରଣ ଅର୍ଥ ପ୍ରଦାନ କରାଯିବା ପାଇଁ ଲୋକମାନେ ଦାବୀ କରିଛନ୍ତି .

Leave a Reply

Your email address will not be published. Required fields are marked *