ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୌରପାଳିକା ତରଫରୁ ଡେଙ୍ଗୁ ରୋଗର ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସହର ମଧ୍ୟରେ ଡେଙ୍ଗୁ ସମ୍ପର୍କିତ ସଚେତନତା ବାର୍ତ୍ତା ମାଇକ ମାଧ୍ୟମରେ ପ୍ରଚାର କରାଯାଇଛି । ସହରର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ କରାଯାଉଛି । ଖୋଲା କୂପ ଗୁଡିକରେ ବ୍ଲିଚିଙ୍ଗ ପକାଯାଇ ବିଶୋଧନ କରାଯାଉଛି । ଡ୍ରେନ ଗୁଡିକୁ ସଫା କରାଯାଉଛି । ଅବ୍ୟବହୃତ ଟାୟାର ଗୁଡିକୁ ଦୋକାନରୁ ଅଣାଯାଇ ତାକୁ ନଷ୍ଟ କରି ଦିଆଯାଉଛି । ସପ୍ତାହକୁ ୨ ଥର ସହର ମଧ୍ୟରେ ମଶା ଧୂଆଁ ଦିଆଯାଉଛି ।

ଏହିଭଳି ଭାବେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଢେଙ୍କାନାଳ ପୌରପାଳିକା ଦ୍ୱାରା ଗ୍ରହଣ କରାଯାଇଛି , ଯାହାଦ୍ୱାରା ଢେଙ୍କାନାଳକୁ ଡେଙ୍ଗୁ ମୁକ୍ତ କରାଯାଇ ପାରିବ । ଏହି ସମସ୍ତ କାର୍ଯ୍ୟକ୍ରମ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସାନିଟାଇଜର ଇନ୍ସପେକ୍ଟର ସନ୍ତୋଷ କୁମାର ମହାନ୍ତି , ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ସ୍ୱାଇଁ ଙ୍କ ତତ୍ୱବାଧାନରେ ସମ୍ପାଦିତ ହେଉଅଛି ।

