ବୁଲା ଗାଈଗୋରୁଙ୍କୁ ଢେଙ୍କାନାଳ ପୌରପାଳିକା ତରଫରୁ ସହରଠୁ ଦୂରକୁ ସ୍ଥାନାନ୍ତରଣ !!

0
196

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବୁଲା ଗାଈଗୋରୁଙ୍କୁ ପୌରପାଳିକା ତରଫରୁ ସହରଠୁ ଦୂରକୁ ସ୍ଥାନାନ୍ତରଣ . ଢେଙ୍କାନାଳ ଟାଉନ ହଲ ନିକଟରେ ଢେଙ୍କାନାଳର ପୌରପାଳିକା ତରଫରୁ କାଓ କ୍ୟାବ ଗାଡ଼ି ଦ୍ୱାରା 17ଟି ଗାଈ କୁ ମହିଷାପାଟ ସ୍ଥିତ କାଞ୍ଜିଆହୁଦା ପଠାଯାଇଛି । ବାରମ୍ବାର ସହରବାସୀ ଙ୍କୁ ଅନୁରୋଧ କଲେ ମଧ୍ୟ ଅମାନିଆ ହୋଇ ନିଜ ଗାଈଗୋରୁଙ୍କୁ ସହର ମଧ୍ୟକୁ ଛାଡ଼ିଦେବା ଦ୍ୱାରା ରାସ୍ତା ଗୁଡିକ ଜାମ ହେବା ସହ ସମୟ ସମୟେ ଲୋକମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଲଗାତାର ଅଭିଯୋଗ ପରେ ପଦକ୍ଷେପ ଗ୍ରହଣ କରିଛି ପୌରପାଳିକା . ସହର ମଧ୍ୟରେ ବୁଲୁଥିବା ଗାଈ ମାନଙ୍କୁ ମହିଷାପାଟ ସ୍ଥିତ କାଞ୍ଜିଆହୁଦା ପଠା ଯିବା ସହିତ , ଗାଈଗୋରୁଙ୍କ ମାଲିକ ମାନଙ୍କୁ ଫାଇନ ବ୍ୟବସ୍ଥା କରାଯାଇଅଛି । ଗାଈଗୋରୁଙ୍କ ଖାଇବା ବାବଦକୁ ଖର୍ଚ୍ଚ ହେଉଥିବା ବାବଦକୁ ମାଲିକ ମାନେ ଦିନକୁ 100 ଟଙ୍କା ଲେଖାଏଁ ଜୋରିମାନା ଦେଇ ନିଜ ଗାଈକୁ ମୁକୁଳାଇବା ପାଇଁ ନିୟମ କରାଯାଇଛି । ବଡ଼ ଗାଇପିଛା 1000 ଏବଂ ବାଛୁରୀ ପିଛା 500 ଟଙ୍କା ଜୋରିମାନା ମଧ୍ୟ ରଖାଯାଇଛି । ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ , ସାନିଟାଇଜ ଇନ୍ସପେକ୍ଟର ସନ୍ତୋଷ କୁମାର ମହାନ୍ତି, ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ସ୍ୱାଇଁ ଏବଂ ସାନିଟେସନ ମୁଖ୍ୟ ସରୋଜ କୁମାର ରାଉତ ଙ୍କ ତତ୍ୱବାଧାନରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here