ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ପୁଲିସ କବଜାରେ ତିନି ଜଣିଆ ଚୋର ଗ୍ୟାଙ୍ଗ . ଜଗତସିଂହପୁର ଜିଲ୍ଲାରେ ନିଶା ସେବନକାରୀଙ୍କ ସଂଖ୍ୟା ବଢି ଚଳିବା ହେତୁ ଛୋଟମୋଟ ଚୋରି ପ୍ରତିଦିନ ବଢ଼ିବାରେ ଲାଗିଛି . ଏପରିକି ଘରେ ବ୍ୟବହାର ହେଉଥିବା ପ୍ରେସର କୁକର ହୁଇସିଲ ଓ ଶୀଳପୁଆ କୁ ବି ଚୋରି କରିବାକୁ ପଛାଉନାହାନ୍ତି ଆବ୍ୟଶଗତ ନିଶାଡୀ । କିଛିଦିନ ତଳେ ମଧୁସୂଦନପୁର ଶାସନ ଅଞ୍ଚଳରେ ଚୋରି କରି ଧରା ପଡିଥିବା ତିନି ଯୁବକଙ୍କୁ ଗଛରେ ବାନ୍ଧି ଦିଆ ଯାଇଥିଲା । ଏମାନେ ଏକ କୁକୁଡ଼ା ଫାର୍ମ ରୁ ପାଣି ମଟର ଓ କୁକୁଡ଼ା ଉଠାଇ ନେବା ସମୟରେ ଧରାପଡି ଯାଇଥିଲେ । ପୋଲିସ ଖୋଳତାଡ଼ କରି ଆଉ କିଛି ଚୋରି ପାଣି ମଟର ଜବତ କରିବାରେ ସଫଳ ହୋଇଥିଲା ।
ଏଭଳି ଏକ ୩ ଜଣିଆ ଗ୍ୟାଙ୍ଗ କୁ ଜନ ସାଧାରଣ ଙ୍କ ସହଯୋଗରେ ପୋଲିସ ଧରିବା ପରେ ଅଧିକ ଛୋଟମୋଟ ଚୋରି ଘଟଣାର ପର୍ଦାଫାସ ହେବ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଉଛି । କେତେବେଳେ କଦଳୀ ଚୋରି ତ ଆଉ କେଉଁଠୁ ପାଣି ମୋଟର ଉଠାଇ ନେଇ ଯାଉଥିବା ତିନିଜଣ ଯୁବକଙ୍କୁ ବାନ୍ଧି ପକାଇଛନ୍ତି ପାଟେଣୀ ଗାଁ କୋଶିଦାର ଗ୍ରାମବାସୀ । ନିୟମିତ ଭାବେ ଏ ୩ ଜଣ ଚୋରି କରି ଆସୁଥବାର ଅଭିଯୋଗ ହୋଇଛି । ଗ୍ରାମବାସୀ ମାନେ କୋଶିଦା ଛକରେ ଏମାନଙ୍କୁ ମାଡିବସି ବାନ୍ଧି ପକାଇଥିଲେ । ଏମାନଙ୍କୁ ପଚରା ଉଚୁରା କରି ଚୋରି କଦଳୀ କାନ୍ଦି ଠାବ କରିଥିଲେ । ପରେ ଗାଁ ଲୋକେ ତିନି ଯୁବକଙ୍କୁ ଜଗତସିଂହପୁର ପୋଲିସ ଜିମା ଦେଇଥିବାର ସୂଚନା ମିଳିଛି । ପୋଲିସ ତିନିଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।